ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ

0
359

ଗଜପତି : ପାରଳାଖେମୁଣ୍ଡିଠାରେ ଗଜପତିର ଜିଲ୍ଲାପାଳ ଅନୁପମ ଶାହା ରାଜ୍ୟ ସରକାରଙ୍କର ଏକ ୧୧୦ ଶଯ୍ୟାବିଶିଷ୍ଟ ପୃଥକ୍ ‘କୋଭିଡ୍ କେୟାର୍ ସେଣ୍ଟର୍’ ଉଦ୍ଘାଟନ କରିଛନ୍ତି । କୋଭିଡ୍ ଆକ୍ରାନ୍ତଙ୍କୁ ଏହି କେୟାର୍ ସେଣ୍ଟର୍ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ପ୍ରସ୍ତୁତ । ରହଣି ସମେତ କୋଭିଡ୍ ଆକ୍ରାନ୍ତ ସମସ୍ତ ରୋଗୀଙ୍କୁ ଏଠରେ ବିନା ଅର୍ଥରେ ଚିକିତ୍ସା ପ୍ରଦାନ କରାଯିବ । ଏହି ୧୧୦ ଶଯ୍ୟାସମ୍ପନ୍ନ କେୟାର୍ ସେଣ୍ଟରକୁ ପରିଚାଳନା କରୁଛନ୍ତି ହାଇଟେକ୍ ମେଡିକାଲ୍ କଲେଜ । ଏହି କେୟାର୍ ସେଣ୍ଟର ପାଇଁ ପାଣ୍ଠି ଯୋଗାଇଛି ଓଡ଼ିଶା ହାଇଡ୍ରୋ ପାୱାର୍ କର୍ପୋରେସନ୍ । ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ଭାରତମାତା ହୋଷ୍ଟେଲ ପରିସରରେ ଏହି ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମିତ ହୋଇଛି । ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ଶାହା ।

LEAVE A REPLY

Please enter your comment!
Please enter your name here