ସିଲ ହେଲା ଭୁବନେଶ୍ୱରର ସତ୍ୟନଗର

0
351

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କରୋନା ସତର୍କତା ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ସତ୍ୟନଗରକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ ହୋଇଛି ।। ସତ୍ୟନଗର ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏହିପରି କଟକଣା ଲାଗୁ ହୋଇଛି । ଆକ୍ରାନ୍ତ କାହା କାହା ସଂସ୍ପର୍ଶ ଆସିଛନ୍ତି ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି । କରୋନା ଆକ୍ରାନ୍ତ ଜଣକର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେ ନା ବିଦେଶ ଗ୍ରସ୍ତ କରି ଥିଲେ ନା ରାଜ୍ୟ ବାହାରକୁ ଯାଇଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ସତ୍ୟନଗରରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତାଞ୍ଜଳୀ ଷ୍ଟୋର, ପତାଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସ କ୍ୱାଟର ଛକ, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସ କ୍ୱାଟର ଛକ ରୁ ବିଗ ବଜାର ଛକ ପର୍ଯ୍ୟନ୍ତ ଅଞ୍ଚଳ ସିଲ କରାଯାଇଛି । ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି । ହେଲ୍ପ ଲାଇନ ନମ୍ବର ହେଉଛି ୧୯୨୯ ।

LEAVE A REPLY

Please enter your comment!
Please enter your name here