ଏସ୍ଓଜି କ୍ୟାମ୍ପରେ ଟ୍ରେନିଂ ବେଳେ ହ୍ୟାଣ୍ଡ ଗ୍ରେନେଡ୍ ବିସ୍ଫୋରଣ ; ଜଣେ ହାବିଲଦାର୍ ଶହୀଦ

0
343

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଅପରାହ୍ନରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ସ୍ଥିତ ଏସ.ଓ.ଜି ଟ୍ରେନିଂ ସେଣ୍ଟର ଠାରେ କ୍ୟାଡେଟ୍ ସର୍ଜେଣ୍ଟ ମାନଙ୍କ ଆଣ୍ଟି ଏକଷ୍ଟ୍ରିମିଷ୍ଟ ଓ ଟାକଟିକ୍ସ କୋର୍ସର ପ୍ରଶିକ୍ଷଣ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା କ୍ରମରେ ଗ୍ରେନେଡ଼ର ଅକସ୍ମାତ ବିସ୍ଫୋରଣ ଘଟିଥିଲା | ଏହି ବିସ୍ଫୋରଣ ଫଳରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶ ସାହୁ ଏବଂ ଜଣେ କ୍ୟାଡେଟ୍ ସର୍ଜେଣ୍ଟ ଗୁରୁତର ଆଘାତ ପ୍ରାପ୍ତ ହୋଇଥିବା ବେଳେ ଆଉ ଜଣେ କ୍ୟାଡେଟ୍ ସର୍ଜେଣ୍ଟ ସାମାନ୍ୟ ଆଘାତ ପ୍ରାପ୍ତ ହୋଇଥିଲେ | ସମସ୍ତ ଆଘାତ ପ୍ରାପ୍ତଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧିନ ଅବସ୍ଥାରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶ ସାହୁଙ୍କ ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା | କ୍ୟାଡେଟ୍ ସର୍ଜେଣ୍ଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି| ହାବିଲଦାର ପ୍ରକାଶ ସାହୁ ଏସ.ଓ.ଜି ଚନ୍ଦକାରେ ପ୍ରଶିକ୍ଷକ ହିସାବରେ କାର୍ଯ୍ୟରତ ଥିଲେ | ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତ ହାବିଲଦାରଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି|

LEAVE A REPLY

Please enter your comment!
Please enter your name here