ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

0
463

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ । କରୋନା ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ମିଳିଛି । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଳାକୁ ଏହାରି ଭିତରେ ବିଦେଶରୁ ଫେରିଛନ୍ତି ୭୩୦ ଓଡ଼ିଆ ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଛି ପ୍ରଶାସନ । ପୂର୍ବରୁ ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here