ଆଲ ଓଡିଶା ଲେଡିଶ ୱାର୍କର ଆସୋସିଏସନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କୁ ଦାବୀ ପତ୍ର

0
402

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଂଜାମ ଜିଲା ବ୍ରହ୍ମପୁରର ବିଭିନ୍ନ ଅଙ୍ଗନବାଡିରେ ଶିଶୁ ଓ ଗର୍ଭବତୀଙ୍କୁ ରାନ୍ଧି ଦିଆଯାଉଥିବା ଅଣ୍ଡା ବଣ୍ଟନ ଦାୟୀତ୍ୱ ନେବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। ଯାହାକୁ ବିରୋଧ କରିଛନ୍ତି ଆସ୍କା ରୋଡ଼ ୨ ଅନ୍ତର୍ଗତ ଆଲ ଓଡିଶା ଲେଡିସ ୱାର୍କର ଆସୋସିଏସନ। ଏନେଇ ଏକ ଦାବି ପତ୍ର ଲେଖି ଜିଲା ପ୍ରଶାସନ ଓ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଦେଇଛନ୍ତି।ସେମାନଙ୍କ ଅଭିଯୋଗ ହେଲା, ଆଜି ଯାଏଁ ସେମାନେ ଗରମ ରନ୍ଧନ ଖାଦ୍ୟ, ଶିଶୁ ଓ ଗର୍ଭବତୀଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ଅଣ୍ଡାକୁ ସେମାନେ ଯୋଗାଇ ଆସୁଥିଲେ। ଏହି ସମସ୍ତ ଅଣ୍ଡା ଯାଞ୍ଚ କମିଟି ଓ ମାତୃ କମିଟି ଦ୍ୱାରା ଯାଞ୍ଚ କରି ପ୍ରଦାନ ହେଉଥିଲା। ଅଣ୍ଡା ବାବଦ ଅର୍ଥ ସ୍ଥାନୀୟ କର୍ପୋରେଟର ଓ ଅଙ୍ଗନବାଡ଼ିଙ୍କ ଦ୍ଵାରା ହୋଇଥିବା ଯୁଗ୍ମ ପାସ ବୁକ ମାଧ୍ୟମରେ ପ୍ରଦାନ କରାଯାଉଥିଲା। ଏ ଯାଏଁ ଏଥିରେ କୌଣସି ଅସୁବିଧା ହେଉ ନ ଥିଲା। ହଠାତ ଗତ 9 ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ଏହା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଦିଆଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଅଙ୍ଗନବାଡି କର୍ମୀ ମାନେ। ଏଣୁ ପୂର୍ବରୁ ଯେଉଁଭଳି ଚାଲିଥିଲା ସେଭଳି ଚାଲିବାକୁ ଅନୁରୋଧ କରିଛନ୍ତି ଅଙ୍ଗନବାଡି କର୍ମୀ ମାନେ।

LEAVE A REPLY

Please enter your comment!
Please enter your name here