ଗଞ୍ଜାମ ଜିଲ୍ଲାପାଳଙ୍କ ପୋଲସରା ଓ ବୁଗୁଡା ଗସ୍ତ

0
417

ବୁଗୁଡା ((ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା ) : ଶୁକ୍ରବାର ଦିନ ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲସରା ବ୍ଲକ ଓ ବୁଗୁଡା ବ୍ଲକ ଗସ୍ତରେ ଆସି କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ଓ ଅନୁଧ୍ୟାନ କରି ଫେରିଛନ୍ତି। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରଥମେ ପୋଲସରାରେ ପହଁଞ୍ଚି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ମେଡିକାଲ ଅଫିସର ଡାକ୍ତର ଗୋପବନ୍ଧୁ ବେହେରାଙ୍କ ସହ କରୋନା ସଂକ୍ରମଣ ରୋକିବା ପାଇଁ କଣସବୁ ପଦକ୍ଷେପ ଗ୍ରହଣ କରଛନ୍ତି ଆଲୋଚନା କରିବା ସହ କରୋନା ସଂକ୍ରମଣଙ୍କ ପାଇଁ ଉଦ୍ଦିଷ୍ଟ ଶଯ୍ୟା ଓ ଅନ୍ୟାନ ଆନୁସଙ୍ଗିକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୋଲସରା ତାହସିଲଦାର ସୁକାନ୍ତ କୁମାର ମିଶ୍ର,ପୋଲସରା ଆଇଆଇସି ଜିତେନ୍ଦ୍ର ମଲିକ, ଏନଏସି ଇଓ ପ୍ରଶନ କୁମାର ଦାଶ,ଜିପିଓ ପ୍ରମୁଖ ଉପସ୍ଥିତ ଥିଲେ।ସେଠାରୁ ଜିଲ୍ଲାପାଳ ବାହାରି ବୁଗୁଡା ବ୍ଲକରେ ପହଞ୍ଚି ପ୍ରଥମେ ଗୋଲିଆ ଓ ଭାମାସ୍ୟାଳି ପଞ୍ଚାୟତରେ କରୋନା ସଂକ୍ରମଣଙ୍କ ପାଇଁ ସ୍ଥାପିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ତନ୍ମୟ ପାତ୍ର,ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସଠାରୁ ବୁଗୁଡା ବ୍ଲକ ଅଫିସକୁ ଆସି ବୁଗୁଡା ବ୍ଲକ ଓ ଏନଏସି ରେ କରୋନା ସଂକ୍ରମଣ ରୋକିବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଆଲୋଚନା କରି କିଛି ପରାମର୍ଶ ପ୍ରଦାନ କରିଥିଲେ। ଆଲୋଚନା ପରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ସହ ଆଲୋଚନା କରି କରୋନା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଥିଲେ।

LEAVE A REPLY

Please enter your comment!
Please enter your name here