ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାସାୟନିକ ବିଭାଗ ଦ୍ବାରା ପ୍ରସ୍ତୁତ ସାନିଟାଇଜର ଗଜପତି ନଗର ଉନ୍ନୟନ

0
565

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାସାୟନିକ ବିଭାଗର ନିଜ ଚେଷ୍ଟାରେ ପ୍ରସ୍ତୁତ ସାନିଟାଇଜରକୁ ଗଜପତି ନଗର ଉନ୍ନୟନ ସମିତିକୁ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ପ୍ରଦାନ କରିଛନ୍ତି ।ଏହି ସାନିଟାଇଜର ରାସାୟନିକ ବିଭାଗର ମୁଖ୍ୟ ଡ. ଲକ୍ଷ୍ମୀ ଧରି ରାଉତ ଏବଂ ଦୁଇ ସ୍କଲାର ପ୍ରଦ୍ୟୁତ ବେହେରା ଓ ପ୍ରଭୁପାଦ ସଫଳ ରୂପାୟନ ଦେଇଥିବା ବେଳେ ଡଃ ବାମାକାନ୍ତ ଗଡ଼ନାୟକ, ଡଃ ରବିନାରାୟଣ ସାହୁ ଓ ଡଃ ବିଭୁତି ଭୂଷଣ ପରିଡ଼ା ସହୋଯୋଗ କରିଥିଲେ ଏବଂ ବିଶ୍ବବିଦ୍ୟାଳୟର କୁଳପତି ପ୍ରତ୍ସାହନ କରିଥିଲେ ।
ଉକ୍ତ ସାନିଟାଇଜର ଗଜପତି ନଗର ଉନ୍ନୟନ ସମିତି ତରଫରୁ ସଭାପତି ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ସତୀଶ୍ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଦିପକ୍ ପାତ୍ର ଗ୍ରହଣ କରିଥିଲେ । ଉକ୍ତ ସାନିଟାଇଜର ସଠିକ୍ ବଣ୍ଟନ ପାଇଁ ଗଜପତି ନଗର ଉନ୍ନୟନ ସମିତି ବ୍ରହ୍ମପୁର ମହାନଗର ନିଗମ ର କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଥୋଡ୍ ଙ୍କ ସହାୟତା ଲୋଡିଛନ୍ତି । କମିଶନର ମାର୍ଗଦର୍ଶନ ପ୍ରକାରେ ଉକ୍ତ ସାନିଟାଇଜରକୁ ବଣ୍ଟନ କରାଯିବା ପାଇଁ ସମିତି ସ୍ଥିର କରିଛନ୍ତି । ପ୍ରକାଶ ଥାଉକି ଏହି ମହାମାରୀ ସମୟରେ ଏହି ସାନିଟାଇଜର ଭୂତାଣୁ ଆକ୍ରମଣ ରୁ ରକ୍ଷା କରିବାରେ ସହାୟକ ସୋଇଥିବା ବେଳେ, ଯଥେଷ୍ଟ ପରିମାଣରେ ଖୋଲା ବଜାରରେ ଉପଲବ୍ଧ ହୋଇପାରୁ ନାହିଁ । ଉକ୍ତ ସାନିଟାଇଜର ପ୍ରସ୍ତୁତ କରି ବର୍ତ୍ତମାନ ପରିସ୍ଥିତି ରେ ଯୋଗାଣ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାସାୟନିକ ବିଭାଗ ପ୍ରସ୍ତୁତ କରିବାପାଇଁ ଅଣ୍ଟା ଭିଡିଥିବା ବେଳେ ଆବଶ୍ୟକ ଇଥାନଲ ଓ ବୋଟଲର ଅଭାବ ତଥା ଲକ୍ ଡାଉନ୍ ଯୋଗୁଁ ଉକ୍ତ ସାମଗ୍ରୀ ଖୋଲା ବଜାରରେ ମିଳୁ ନଥିବା ବିଭାଗୀୟ ଅଧିକାରୀ ମାନେ କହିଛନ୍ତି । ଉପରୋକ୍ତ ସାମଗ୍ରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇପାରିବ ତେବେ ଆବଶ୍ୟକ ପରିମାଣର ସାନିଟାଇଜର ପ୍ରସ୍ତୁତ କରି ହିତାଧିକାରୀଙ୍କ ପାଇଁ ଉପଲବ୍ଧ କରାଯାଇପାରିବ ବୋଲି ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ଲକ୍ଷ୍ମୀ ଧର ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here