ବାଲୁକା ଶିଳ୍ପୀ ସତ୍ୟ ମା’କନ୍ଧୁଣୀ ଦେବୀଙ୍କୁ ଖବର କାଗଜରେ ସଜାଇ ଦେଇଛନ୍ତି ନୂଆ ରୂପ

0
324

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କରୋନାକୁ ନେଇ ଏବର୍ଷ ଗଞ୍ଜାମର ପ୍ରସିଦ୍ଧ ମା’କନ୍ଧୁଣୀ ଦେବୀଙ୍କ କଣ୍ଟାପୀଡା ଯାତ୍ରା ଫିକା ପଡିଛି। ତେବେ ବାଲୁକା ଶିଳ୍ପୀ ସତ୍ୟନରାୟଣ ମହାରଣାଙ୍କ ଅଭିନବ ଶୁଭେଚ୍ଛା। ପୁରୁଣା ଖବର କାଗଜରେ ସଜାଇ ଦେଇଛନ୍ତି ମା’କନ୍ଧୁଣୀ ଦେବୀଙ୍କ ମୂର୍ତ୍ତି ।ଏହି କରୋନା ରୂପକ ରୋଗ ଦାଉରୁ ସାରା ଓଡିଶାକୁ ରକ୍ଷା କରିବା ସହ କିଭଳି ଜୀବନ ଯାପନ ସ୍ୱାଭାବିକ ପୂର୍ବ ଭଳି ହେବ ତାହା କାମନା କରିଛନ୍ତି। ଏହି ମୂର୍ତ୍ତିକୁ ବନାଇବା ପାଇଁ ତାଙ୍କୁ ମାତ୍ର ଗୋଟିଏ ଦିନ ଲାଗିଥିଲା। ନିଜ ଗାଁ ସୋରଡ଼ା । ନୂଆସାହି ନିଜ ବାସଭବନ ସମୁଖରେ ଏହି ମୂର୍ତ୍ତିଟି ଶୋଭା ପାଉଛି । ଗତବର୍ଷ ସତ୍ୟଙ୍କ ଖବର କାଗଜରେ ନିର୍ମିତ ୭ଫୁଟ ୮ଇଞ୍ଚର ମା’କନ୍ଧୁଣୀଙ୍କ ଜ୍ବାଳାମୁଖୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲା। ମା କନ୍ଧୁଣୀ ସବୁଙ୍କୁ ଭଲରେ ରଖନ୍ତୁ। ଘରେ ରହି ମା’ଙ୍କୁ ଆରଧନା କରନ୍ତୁ।
“ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ।”
“ଜୟ ମା’କନ୍ଧୁଣୀ।”

LEAVE A REPLY

Please enter your comment!
Please enter your name here