କୁମ୍ଭାରଗାଁ ଠାରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ

0
431

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା ) : ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମ୍ଭାରଗାଁ ଠାରେ ପାଣି ପାଇଁ ଏକ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । କୋଦଳା ଏବଂ ବେଗୁନିଆପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। କରୋନା ଭାଇରସ ନେଇ ପୋଖରି, କେନାଲ ରେ ଗାଧୋଇବା ପାଇଁ ପ୍ରଶାସନ ଏବଂ ପଞ୍ଚାୟତ ତରଫରୁ ମନା କରାଯାଇଛି, ଫଳରେ ଲୋକ ମାନେ ଗାଧୋଇବା ପାଇଁ ଏବଂ ପିଇବା ପାଇଁ ନଳକୂପ ଏବଂ ସପ୍ଲାଇ ପାଇପ ଉପରେ ନିର୍ଭର କରୁଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପଞ୍ଚାୟତ ନିକଟରେ ଥିବା ଏକ ୱାଟର ଟେପରେ କିଛି ଅସବର୍ଣ୍ଣ ଜାତିର ଯୁବକ ଅର୍ଥାତ ଦାସସାହିର ଯୁବକ ମାନେ ଗାଧୋଉଥିବା ବେଳେ ସବର୍ଣ୍ଣ ଜାତରି ଲୋକ ଅର୍ଥାତ୍ ଓଡ଼ିଆ ଜାତିର ଲୋକମାନେ ପିଇବା ପାଣି ପାଇଁ ଆସିଥିଲେ । ହଠାତ୍ ଗାଧୋଇବାକୁ ନେଇ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ପରେ ପିଟା ପିଟି ଏବଂ ଢେଲା ମାଡ ହୋଇଥିଲା । ଫଳରେ ଉଭୟ ଗୋଷ୍ଠୀ ର ଲୋକ ମାନେ ଆହତ ହୋଇଥିଲେ । ସବର୍ଣ୍ଣ ଗୋଷ୍ଠୀର ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଉଭୟେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସାଧିନ ଅଛନ୍ତି । ଖବର ଲେଖା ସୁଦ୍ଧା ଦୁଇ ଗୋଷ୍ଠୀ ପକ୍ଷରୁ କୌଣସି ଏତଲା ଦାଏର ହୋଇନାହିଁ ।

LEAVE A REPLY

Please enter your comment!
Please enter your name here