ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

0
369

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ ଜରିଆରେ କହିଛନ୍ତି ଯେ, ଆମେ ଓଡିଆମାନେ ଆମର ସାହସିକତା ପାଇଁ ସବୁବେଳେ ଜଣାଶୁଣା । କିନ୍ତୁ କରୋନା ବିରୋଧରେ ଲଢିବା ପାଇଁ ଆମର ଏକତା ଏବଂ ଅଖଣ୍ଡତା ଦେଖାଇବାର ସମୟ ଆସିଛି।ଓଡିଶାକୁ ଏକ ଅଲଗା ରାଜ୍ୟରେ ପରିଣତ କରିଥିବା ମହାନ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶରେ ସାହାଯ୍ୟ କରିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ମୁଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିକାଶରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |

LEAVE A REPLY

Please enter your comment!
Please enter your name here