ଶିକ୍ଷୟିତ୍ରୀ ଙ୍କ ମହାନୀୟତା , ଦେଶବାସୀଙ୍କ ଉଦ୍ଧେଶ୍ୟରେ ନିଜର ଦୁଇ ମାସର ଦରମା ପ୍ରଦାନ କଲେ

0
424

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବେଙ୍ଗସର ଗ୍ରାମର ଜଣେ ଶିକ୍ଷୟତ୍ରୀ ନିଜ ର ଦୁଇମାସର ଦରମା ୫୧ହଜାର ଟଙ୍କା କରୋନା ମହାମାରୀ ରେ ପିଡୀତ ଦେଶବାସୀଙ୍କ ଉଦ୍ଧେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ଙ୍କ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହି ବ୍ଳକର ନିମପଦର ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସଚଳା ନାୟକ ଙ୍କ ଏଭଳି ମହାନ କାର୍ଯ୍ୟ କୁ ନେଇ ଅଂଚଳର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହୋଇଛି । ଏବେ ସାରା ବିଶ୍ୱରେ ମହାମାରୀ କରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା ବେଳେ ଏଭଳି ବିପର୍ଯ୍ୟୟ ସମୟରେ ଭାରତବାସୀଙ୍କ ଉଦ୍ଧେଶ୍ୟରେ ଆର୍ଥିକ ସହାୟତା ର ହାତ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବାପରେ ଅନେକ ବଦାନ୍ୟ ବ୍ୟକ୍ତି ଙ୍କ ଠାରୁ ସହାୟତା ର ଶୁଅ ଛୁଟିବାରେ ଲାଗିଛି । ଏହା ଦେଖିବା ପରେ ଶିକ୍ଷୟତ୍ରୀ ସଚଳା ମଧ୍ୟ କିଛି ସହାୟତା କରିବା ପାଇଁ ମନବଳାଇ ନିଜ ସ୍ୱାମୀ ଙ୍କ ଅନୁମତି ଲୋଡିଥିଲେ । ମାତ୍ର ଦୁଇ ମାସ ପୂର୍ବରୁ ଶାଶୁ ଶଶୁରଙ୍କ ମୃତ୍ୟୁ କାରଣରୁ ଅନେକ କରଜରେ ବୁଡିରହିଥିବା ସ୍ୱାମୀ ସନତ ନାୟକ ପ୍ରଥମେ ଏହାକୁ ବାରଣ କରିଥିଲେ , ପରେ ପତ୍ନୀଙ୍କ ଏଭଳି ଇଚ୍ଛା କୁ ସମ୍ନତି ଜଣାଇଥିଲେ । ଯାହାଫଳରେ ଆଜି ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ନିଜର ଦୁଇ ମାସର ଦରମା ୫୧ ହଜାର ଟଙ୍କା ରାଶି ପ୍ରଦାନ କରିଛନ୍ତି । ଏଭଳି କାର୍ଯ୍ୟ ରେ ସେ ଖୁବ ଖୁସି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here