ନିରୀହ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଆରମ୍ଭ କଲା ପଞ୍ଚାୟତ

0
456

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ସମ୍ପ୍ରତି କରୋନା ଭୁତାଣୁ ସଂକ୍ରମଣ ଜନୀତ ଲକ ଡାଉନ ଯୋଗୁଁ ବହୁ ନିରୀହ, ଅସହାୟ, ବେସାହାରାଙ୍କ ଦୈନନ୍ଦିନ ଜୀବିକାରେ ପ୍ରତିକୂଳ ପ୍ରଭାବ ପଡିଆସୁଛି l ସରକାରଙ୍କ ସମସ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା କଲେ ମଧ୍ୟ କେଉଁଠି ନା କେଉଁଠି କିଛି ଲୋକ ଏଥିରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି ହେଉଛି l ଏହି ଆବଶ୍ୟକତା ପୂରଣ ସକାଶେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ପଞ୍ଚାୟତ ଗୁଡିକୁ ଦାଇତ୍ୱ ଦେଇଛନ୍ତି l ସେହି ଦୃଷ୍ଟିରୁ ଆଜିଠାରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପ୍ରାୟ ସମସ୍ତ ପଞ୍ଚାୟତରେ ଏକ ଶହରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଛି l ଆଜି ପଞ୍ଚାୟତ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ରୋଷେଇ କରି ଘରକୁ ଘର ନେଇ ରନ୍ଧା ଖାଦ୍ୟ ପହଞ୍ଚାଇ ଥିଲେ।ଏଥିରେ ସରପଞ୍ଚ ଓ ପଂଚାୟତ କାର୍ଯ୍ୟନିର୍ବ।ହୀ ଅଧିକାରୀ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here