କୁଲାଡ଼ ରେ ଫସିଛନ୍ତି ମଧ୍ୟପ୍ରଦେଶ ରୁ ଆସିଥିବା ୬ ଦାଦନ ଶ୍ରମିକ ପରିବାର

0
560

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗ୍ରାମରେ ମଧ୍ୟପ୍ରଦେଶ ର ତେଜ ଗଡ଼ ଓ ରାହାତ ଗଡ଼ ଅଞ୍ଚଳର ୬ଟି ଦାଦନ ଶ୍ରମିକ ପରିବାରର ପିଲାଛୁଆଙ୍କ ସମେତ ୩୨ଜଣ ଫସି ରହିଛନ୍ତି।ଏମାନେ ଲୁହାରେ ନିର୍ମିତ ବିଭିନ୍ନ କୃଷି ଉପକରଣ ତିଆରି କରିବା ସହ ସେ ସବୁ ବିକ୍ରି କରି କିଛି ରୋଜଗାର କରିବା ଆଶା ନେଇ ଗତ ୧୦ଦିନ ତଳେ କୁଲାଡ଼ ରେ ଆସି ପହଞ୍ଚିଥିଲେ।ହେଲେ ଆସିବାର ୩ଦିନ ପରେ କରୋନା ଭୁତାଣୁ ଯୋଗୁଁ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏମାନଙ୍କ କାମ ବନ୍ଦ କରିବା ସହ ରାସ୍ତା କଡରୁ ହଟାଇ ଦେଇଥିଲେ।ଫଳରେ ସେମାନେ ଅସହାୟ ଭାବରେ ଏଣେ ତେଣେ ବୁଲୁଥିବା ବେଳେ କୁଲାଡ଼ ଗ୍ରାମର କିଛି ଯୁବକ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇ କିଛି ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ସ୍ଥାନ ଦେଇଛନ୍ତି।ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଖରେ ଟଙ୍କା ପଇସା ନଥିବା ବେଳେ ନିଜ ଗ୍ରାମକୁ ଫେରିବା ପାଇଁ ମଧ୍ୟ ସୁବିଧା ସୁଯୋଗ ନାହିଁ।ତେଣୁ ସେମାନେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ଯେ ସେମାନେ ଙ୍କୁ ସୁରକ୍ଷିତ ଭାବେ ନିଜ ଗ୍ରାମକୁ ଫେରିବାରେ ସହଯୋଗ କରିବା ପାଇଁ।

LEAVE A REPLY

Please enter your comment!
Please enter your name here