ନିଜ ମଣ୍ଡଳୀର ଚାରି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ

0
273

ପୋଲସରା : ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଏନଏସି ଓ ବ୍ଲକ ଏବଂ ବୁଗୁଡା ଏନଏସି ଓ ବ୍ଳକ ରେ ଚାରିଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିବା ଜଣାପଡିଛି। ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ପୋଲସରାରେ ପହଞ୍ଚି ପ୍ରଥମେ ପୋଲସରା ଏନଏସି ର ଜଣେ ମୃତକଙ୍କ ପରିବାରକୁ ଭେଟିଥିଲେ। ୱାର୍ଡ ନମ୍ବର ୬ ର ବାଲିଘାଇ ସାହିର ୨୧ ବର୍ଷ ବୟସ୍କ ପବନା ନାହାକ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ମାନ୍ୟବର ମନ୍ତ୍ରୀ ମୃତକଙ୍କ ପରିବାରକୁ ଭେଟି ସନବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୋଲସରା ବ୍ଲକର ଚନ୍ଦ୍ରମାଦେଇପୁର ହାସନ ଗ୍ରାମର ମନୀନ୍ଦ୍ର କୁମାର ନନ୍ଦଙ୍କ ବାପା ପ୍ରଫୁଲ ନନ୍ଦ ଓ ମାଆ ସୁମତି ନନ୍ଦଙ୍କ ଜୁକାଇ ୧୮ ତାରିଖ ରାତ୍ରରେ ମୃତ୍ୟୁବରଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ଜୁଲାଇ ୧୯ ତାରିଖ ଦିନ ମୃତକ ଦ୍ୱୟଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡା ଏନଏସିର ପୂର୍ବତନ କାଉନସିଲର ଧବଳେଶ୍ବର ସ୍ବାଇଁ ଓରଫ ଧୋବା ୫୪ ବର୍ଷ ବୟସରେ ଜୁଲାଇ ୧୭ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ସ୍ବର୍ଗତ ଧୋବା ସ୍ୱାଇଁଙ୍କ ଘରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ ଓ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନୀଳମାଧବ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜୁଲାଇ ୧୫ ତାରିଖ ରାତ୍ରରେ ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲାରୀ ଗ୍ରାମର ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେଇଥିବା ଛାତ୍ର ଚିନ୍ମୟ ଡାକୁଆ ଓରଫ ଚିନୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜୁକାଇ ୧୯ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀ ଙ୍କ ସହ ନୀଳମାଧବ ଆଚାରୀ, ସ୍ୱର୍ଗର ଚିନ୍ମୟ ଅଧ୍ୟୟନ କରୁଥିବା ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here