ତିନିମାସର ଦରମା ଦାନ କଲେ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବିଧାୟିକା

0
469

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ କିଶୋର ମହାରଣା):କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥନୀତିକୁ ପଛରେ ପକାଇ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି l ଏହାକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟର ଶିଳ୍ପପତି, ସେଲିବ୍ରିଟିଠୁ ଆରମ୍ଭ କରି ସାଧାରଣ ଜନତା ଯାଏଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କରି ନିଜନିଜର ମାନବିକତା ପ୍ରଦର୍ଶନ କରୁଛନ୍ତି l ନିକଟରେ ଏହି ତାଲିକାରେ ସାମିଲ ହୋଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ l ଉଭୟ ନିଜନିଜର ତିନିମାସର ଦରମା ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି l ଏହା ଏକ ମହତ କାମ ଏବଂ ଏଥିରେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି ଉଭୟ ମତପୋଷଣ କରିଛନ୍ତି l

LEAVE A REPLY

Please enter your comment!
Please enter your name here