ପାସ୍‌ ବ୍ୟବସ୍ଥା ଅନ ଲାଇନରେ କରିବାକୁ ଡ଼ିଜିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି ; ଡାକ୍ତର , ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ବିନା ପାସ୍‌ରେ ଯାତାୟତ କରିପାରିବେ

0
573

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭାଇରସ ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି l ଲୋକଙ୍କୁ ଘରୁ ନବାହାରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଲେ ବି ସାଧାରଣ ଜନତା ଗଳିଆ ବାଟ ଦେଇ ଯୋଜନା ଗୁଡିକୁ ଭଣ୍ଡୁର କରିବାରେ ଲାଗିଛନ୍ତି l ତେଣୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାର ନାନା ସଚେତନତା କାର୍ଯ୍ୟକ୍ରମ ଜାରି କରିଛନ୍ତି । ଜରୁରୀ ସେବା ବ୍ୟତୀତ ଅନ୍ୟ ବେଳେ ଗାଡ଼ି ବ୍ୟବହାରକୁ ନେଇ ରୋକ୍‌ ଲାଗିଛି ଏବଂ କିଛି ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ କମିଶନରେଟ ପୁଲିସ୍‌ ପକ୍ଷରୁ ପାସ୍‌ ବ୍ୟବସ୍ଥା ଦିଆଯିବାର ଥିଲା । କିନ୍ତୁ ଆଜି ଥାନାରେ ପାସ ପାଇଁ ଗହଳି ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ସୂଚନା ମୁତାବକ , ଏବେ ଲୋକଙ୍କୁ ଜରୁରୀକାଳୀନ ପାସ୍‌ ବ୍ୟବସ୍ଥା ଅନଲାଇନ ହେବ । ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ । ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ନିଜର ଗାଡ଼ିରେ ଯାତାୟତ ପାଇଁ କୌଣସି ପାସ୍‌ର ଆବଶ୍ୟକ ନାହିଁ ବୋଲି କମିଶନରେଟ ପୁଲିସ ତରଫରୁ ସୂଚନା ମିଳିଛି ।ଏଣୁ ଏହି ୱେବ୍‌ ବେସ ପାସ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କିଛି ସମୟ ଲାଗିବ। ସରକାରୀ ଓ ବେସରକାରୀ ସ୍ତରରେ ଥିବା ଡାକ୍ତର , ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମକାରୀମାନଙ୍କୁ ୨୭ ମାର୍ଚ୍ଚଯାଏ ଥିବା ଲକ୍ ଡାଉନ ବେଳେ ଗାଡ଼ି ନେଇ ଯିବାକୁ ଅନୁମତି ଦିଆଯିବ ଏବଂ ସେମାନେ ନିଜର ପରିଚୟ ପତ୍ର ବ୍ୟବାହର କରି ଯାତାୟତ କରିପାରିବେ । ପୁଲିସ ଡ଼ିଜିଙ୍କ କାର୍ଯ୍ୟାଳୟରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି l

LEAVE A REPLY

Please enter your comment!
Please enter your name here