ବଡବଜାର ପଟ୍ଟାରିକ୍ସା ସଂଘର ବୈଠକ…

0
694

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ବ୍ରହ୍ମପୁର ବଡ଼ବଜାର ନିକଟସ୍ଥ ଶଙ୍କରପୁର ସାହିର ଶ୍ରୀ ଶିବ ଶଙ୍କର ମନ୍ଦିର ପରିସରରେ ଆଜି ବଡବଜାର ପଟ୍ଟା ରିକ୍ସା ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତୀୟ ରାଷ୍ଟ୍ରୀୟ ମଜଦୁର ସଂଘର ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଛି । ଏଥିରେ ଆସନ୍ତା ଅଗଷ୍ଟ ମାସରେ ଏକ ପୂର୍ଣ୍ଣଙ୍ଗ ବୈଠକ ଡାକି ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କରାଯିବାକୁ ନିଷ୍ପତ୍ତି ନେବା ସହ ରାଜ୍ୟ ସରକାର ପଟ୍ଟା ରିକ୍ସା ସଂଘର ସଭ୍ୟଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ରିକ୍ସା ସଂଘକୁ ପାରକିଙ୍ଗ ସୁବିଧା ଯୋଗାଇଦେବାକୁ ଦାବୀ କରାଯାଇଛି । ଏହାସହ ପଟ୍ଟା ରିକ୍ସା ଚାଳକମାନଙ୍କୁ ପୌର ପରିଷଦ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯିବାକୁ ମଧ୍ୟ ଦାବୀ କରାଯାଇଛି । ଏହି ବୈଠକରେ ଆଇନ ଉପଦେଷ୍ଟା ବସନ୍ତ କୁମାର ପାତ୍ର, ଲକ୍ଷ୍ମଣ ରାଓ, ନୀଳାଞ୍ଚଳ ପଣ୍ଡା, ରବି ଗୌଡ଼, କାଳୁ ସାହୁ, ପ୍ରଭାକର ସାହୁ, ଭାଗ୍ୟ ଦାସ, ଶିବ ନାୟକ, ରାମେଶ ବାଡ଼ତ୍ୟା, ଶିଶିର ପ୍ରଧାନ, ସୁରେନ୍ଦ୍ର ବେହେରା, କେଦାର ବେହେରା, ଭୈରବ ପାଇକ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here