ନବମ ଦିନରେ ପହଁଚିଲା ମହାନଗର ମହୋତ୍ସବ ମନ ମୋହିଲା ଚାଙ୍ଗୁ ବାଦ୍ୟ ଓ ଆଦିବାସୀ ନୃତ୍ୟ ରକ୍ ବ୍ୟାଣ୍ଡ ରେ ମତୁଆଲା ଦର୍ଶକ

0
608

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁର) : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ନବମ ଦିନରେ ପହଁଚିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବ ର ନବମ ସନ୍ଧ୍ୟା ରେ ଉଦ୍ଘାଟକ ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ମହୋତ୍ସବ ସନ୍ଧ୍ୟା କୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼.ଗିରିଧର ଗମାଙ୍ଗ ଯୋଗ ଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ହେଉଛି କଳାକାର ମାନଙ୍କ ଜିଲ୍ଲା। ଏହି ଜିଲ୍ଲାରୁ ବହୁ କଳାକାର ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ତେବେ ଲୁଚି ରହିଥିବା କଳା ଓ କଳାକାର ଙ୍କୁ ପରିଚୟ ଦେବା ପାଇଁ ହେଲେ ମହୋତ୍ସବ ର ଆବଶ୍ୟକତା ରହିଥିବା ବେଳେ ମହାନଗର ମହୋତ୍ସବ ଏମାନଙ୍କୁ ସୁଯୋଗ ଦେବା ଲକ୍ଷ ନେଇ ଆୟୋଜିତ ହୋଇଛି। କଳା ଓ ସଂସ୍କୃତି କୁ ଚିହ୍ନି ପାରୁଥିବା ମହୋତ୍ସବ ହେଉଛି ମହାନଗର ମହୋତ୍ସବ। ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ।ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳକୃଷ୍ଣ ଡାକୁଆ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ।ସମ୍ମାନିତ ଅତିଥି ଭାବେ ମହାନଗର ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ,ଡା.ଏମ କେ ନନ୍ଦ, ଡା. ଉମା ପ୍ରସାଦ ପାଢ଼ୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,କଳିଙ୍ଗ ଟିଭିର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ,ପୂର୍ବତନ ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁବାଷ ମହାରଣା, ବରିଷ୍ଠ ସାମ୍ବାଦିକ ହେମାଙ୍ଗ ରାଉଳ, ଜ୍ୟୋତି ରଞ୍ଜନ ଦାଶ,ଦଣ୍ଡପାଣି ମହାପାତ୍ର,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସିନ ଥିଲେ। ପରିଶେଷରେ କୋଷାଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବ ମଞ୍ଚରେ ବ୍ରହ୍ମପୁର ସହରର ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ , ବ୍ରହ୍ମପୁର ସବୁଜ ବାହିନୀ,ଓ ଦିଲ୍ଲୀରେ ଅନୁଷ୍ଠିତ ଗତ ଜାନୁଆରୀ ୨୬ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶାର ୩୦ ଜଣିଆ ଦଳରେ ଗଞ୍ଜାମ ଜିଲ୍ଲାରୁ ଜଣେ ମାତ୍ର କୁନି ତବଲା ବାଦକ ଭାବେ ଭାଗ ନେଇଥିବା ଦୀପ୍ତ ସୁନ୍ଦର ପାତ୍ର ଓ ପରିବେଶ ସୁରକ୍ଷାର ବାର୍ତା ନେଇ ସାଇକେଲ ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଦାମୋଦର ଆଚାରି ଙ୍କୁ ନିଜ ସଞ୍ଚୟ ଟଙ୍କା କୁ ଦାନ କରିଥିବା ରାମହରି ନଗର ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ରୀ ସୁଦୀପ୍ତି ପ୍ରଧାନ ଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା। ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବ ର ନବମ ସଂଧ୍ୟାରେ ବ୍ରହ୍ମପୁର ଉତ୍କଳିକା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶୀ ଏବଂ ସମ୍ବଲପୁରୀ, ନୃତ୍ୟ ତରଙ୍ଗ କଳାକେନ୍ଦ୍ର ତରଫରୁ ଚୋଢ଼େୟା ଓ ଲୋକନୃତ୍ୟ ମାଧ୍ୟମରେ ନାରୀ ସଶକ୍ତିକରଣ ଉପରେ ପର୍ଯ୍ୟବେସିତ ନୃତ୍ୟ ନାଟିକା , ଜାଗୃତି ଡ୍ୟାନ୍ସ ଏକାଡେମୀ ତରଫରୁ ଓଡିଶୀ ଓ ଆଧୁନିକ ନୃତ୍ୟ, ଗୁରୁ କେଳୁ ଚରଣ କଳା ତୀର୍ଥ ପକ୍ଷରୁ ଓଡିଶୀ ନୃତ୍ୟ, ଶ୍ୟାମଘନ ଟିମ ଓ ସାଥି ଙ୍କ ଦ୍ଵାରା ପରିବେଶ ସୁରକ୍ଷା ପଶୁ ରକ୍ଷା ଉପରେ ପର୍ଯ୍ୟବେସିତ ଲୋକନୃତ୍ୟ ପରିବେଷଣ ହୋଇଥିଲା। ଏଥିସହ ମହୋତ୍ସବ ର ନବମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରୋକ ବ୍ୟାଣ୍ଡ ଓ ଚାଙ୍ଗୁ ବାଦ୍ୟ ସହ ଆଦିବାସୀ ଲୋକ ନୃତ୍ୟ। ଭୁବନେଶ୍ୱର ରୁ ଆସିଥିବା ରାଜେଶ ଶତପଥୀ ଓ ସାଥି ଙ୍କ ପକ୍ଷରୁ ରୋକ ବ୍ୟାଣ୍ଡ ର ତାଳେ ତାଳେ ଦର୍ଶକ ଝୁମିଥିବା ବେଳେ ଗିରିଧାରୀ ଗମାଙ୍ଗଙ୍କ ଚାଙ୍ଗୁ ବାଦ୍ୟ ଜନ ସାଧରଣଙ୍କୁ ବେଶ ମନରଞ୍ଜନର ଖୋରାକ ଯୋଗାଇଥିଲା। ଅନ୍ୟପଟେ ମହୋତ୍ସବ ର ଅପରାହ୍ନ ରେ ବ୍ରହ୍ମପୁର ରାଜଧିରାଜ ଦେବରାଜ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।ଏହାସହ ବିଶିଷ୍ଠ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି। ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି। ଆୟୋଜିତ ଏହି ମହୋତ୍ସବ କୁ ଉପଦେଷ୍ଟା ମନୋଜ କାନ୍ତ ଦାଶ ,ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ଗୁଲାମ ରସୁଲ, ଟୁଇନକେଲ ଗମାଙ୍ଗ,କାହ୍ନୁ ରାଉତ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here