ବରିଷ୍ଠ ନାଗରିକ ମଞ୍ଚ ତରଫରୁ କରୋନା ସତର୍କତା ଓ ସୂଚନାପତ୍ର ବଣ୍ଟନ

0
524

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ମହାମାରୀ କରୋନା ସଂପର୍କରେ ଜନ ସଚେତନା ସୃଷ୍ଟି କରାଯାଇଛି।ଜନତା କର୍ଫ୍ୟୁର ଶତପ୍ରତିଶତ ସଫଳତା ପାଇଁ ମଞ୍ଚ ତରଫରୁ ଗ୍ରାମବାସୀଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି କରାଯାଇଥିଲା।ସୋମବାର ଦିନ ମଞ୍ଚ ତରଫରୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୂ ଜାରି କରାଯାଇଥିବା ପ୍ରଚାର ତଥା ସୂଚନା ପତ୍ରକୁ ଗ୍ରାମର ସମସ୍ତ ପରିବାର ମଧ୍ୟରେ ଯୁବ ସ୍ବେଛାସେବୀଙ୍କ ମାଧ୍ୟମରେ ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରିଯାଇଥିଲା।ମଞ୍ଚର ସଭାପତି ନରହରି ପ୍ରଧାନ,ସଂପାଦକ ବାଉରୀବନ୍ଧୁ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନ,ଶିକ୍ଷକ ପ୍ରକାଶ ପାଣିଗ୍ରାହୀ,ଗୋରାଚାନ୍ଦ ସାହୁ,ଲକ୍ଷ୍ମଣ ପାଣିଗ୍ରାହୀଙ୍କ ଉପସ୍ଥିତିରେ ପ୍ରଚାରପତ୍ର ଉନ୍ମୋଚନ କରାଯାଇଥିଲା।ମଞ୍ଚର ସଂଯୋଜକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋଟାରିଅନ୍ କାମରାଜୁ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଗ୍ରାମର ଯୁବ ସ୍ବେଛାସେବୀ ଦିଲିପ ବିଷୋୟୀ,ଶିବ ପାଣିଗ୍ରାହୀ,ଲିଙ୍ଗରାଜ ପ୍ରଧାନ,କେ:ସନ୍ତୋଷ,ଆଲୋକ ପାଢୀ,ଅନିଲ୍ କାନ୍ତ ମହାରଣା,ସିତାରାମ ପ୍ରଧାନ,ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଗ୍ରାମର ସମସ୍ତ ପରିବାରଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ନିଜକୁ ସୁରକ୍ଷା ରଖିବା ପାଇଁ ବୁଝାଇଥିଲେ। ଅନୁରୂପ ଭାବେ ଟାଙ୍ଗଣା ପଲ୍ଲୀv ପଞ୍ଚାୟତର ନଗରଡିହ ଓ ଟାଙ୍ଗଣାପଲ୍ଲୀ ଗ୍ରାମରେ ଶିକ୍ଷାବିତ୍ ଲକ୍ଷ୍ମୀନାରାୟଣ ଶତପଥୀ ଓ ସ୍ବେଛାସେବୀ ଅନିଲ୍ ବିଷୋୟୀଙ୍କ ପ୍ରଚେଷ୍ଟାରେ ଏଇ ସଚେତନତା ପତ୍ର ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here