ଗଜପତି ଏସପି ସାରା ଶର୍ମା ଗୀତ ମାଧ୍ୟମରେ ଦେଲେ ‘କରୋନା’ ସଚେତନତା ବାର୍ତ୍ତା

0
598

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । କିଛି ନା କିଛି କାର୍ଯ୍ୟ କରି ସଦାବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଜିଲ୍ଲା ଏସ୍ପି ସାରା ଶର୍ମା ଗୀତ ଗାଇ ଲୋକଙ୍କୁ ‘କୋରନା’ ସମ୍ପର୍କରେ ସଚେତନ କରାଇଛନ୍ତି। “ କରୋନା କରୋନା କରୋନ ସଚେତନ ରୁହ ଭାଇନା” ଗୀତ ମାଧ୍ୟମରେ ଜନସାଧାରଣଙ୍କୁ କରୋନା ସଂକ୍ରମଣ ବିଷୟରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ଏହାର ମୁକାବିଲା କରିବା,ବାରମ୍ୱାର ହାତ ଧୋଇବା,ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନଆସି ଦୂରରେ ରହିବା,ମାସ୍କ ବ୍ୟବହାର କରିବା, ଜନଗହଳିଠାରୁ ଦୂରତା ରକ୍ଷା କରିବା,ନିଜେ ସଚେତନ ହୋଇ ଅନ୍ୟଙ୍କୁ ସଚେତନ କରାଇବା ଇତ୍ୟାଦି ସୂଚାଇ ଛନ୍ତି । ଏହି ଗୀତରେ ସାରା ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ ମଧ୍ୟ ସ୍ୱର ଦେଇଥିବା ବେଳେ ଗୁରୁ ରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଦୃତଗତିରେ ପାରଳାଖେମୁଣ୍ଡି ସହରର ଘରେ ଘରେ ସଚେତନତା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here