ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ଦିନିକିଆ ତାଲିମ୍ ଶିବିର

0
284

ବେଲଗୁଣ୍ଠା:ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ଵନାଂଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ମାଳତୀ ଗ୍ରାମରେ ଥିଵା ମାଳତୀ ଵନସୁରକ୍ଷା ସମିତିର ସଭ୍ୟ ସଭ୍ୟା,ଏନିମେଟର୍,ଜଂଗଲ ଓ ପରିବେଶ ପ୍ରେମୀ ମାନକଂ ପାଇଁ ଏକ ଦିନିକିଆ ତାଲିମ୍ ଶିବିର ଵନାଂଚଳ ଅଧିକାରୀ କୁମର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ବନପାଳ ଜି ଭେଙ୍କଟ ରାଓ ଦୋରା, ବନରକ୍ଷୀ ବିଜ୍ଞାନୀ ବେହେରା,ଏଫ୍.ଏମ୍.ୟୁ ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଓ ସନ୍ତୋଷ କୁମାର ଡାକୁଆ ଯୋଗଦେଇ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ,ଓ ଜଙ୍ଗଲ ନିଆଁର କାରଣ ଓ ତାର ପ୍ରତିକାର, ଜଙ୍ଗଲରେ ଅଗ୍ନି ନିରୋଧ ରେଖା ନିର୍ମାଣ, ଲୋକଙ୍କୁ ନେଇ ସଚେତନ ଶିବିର ଆୟୋଜନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here