ଏସ୍. ଟିକରପଡା ଗାଁରେ ଭୁଷୁଡିଲା ଦୁଇ ମହଲା କୋଠା

0
545

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏସ୍. ଟିକରପଡା ଗାଁରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏସ୍.ଟିକରପଡା ଗାଁରେ ଦୁଇଟି ଦୁଇ ମହଲା କୋଠା ଘର ଭୁଷୁଡିବା ଦ୍ୱାରା ଚାରୋଟି ଘର ଭାଙ୍ଗିଯାଇଛି । ରଜନୀକାନ୍ତ ଗୌଡ଼,ଚନ୍ଦ୍ରମା ଗୌଡ଼ଙ୍କ ୨ଟି ଦୁଇ ମହଲା ଘର ଓ ପଡ଼ୋଶୀ ଗୋପାଳ ଗୌଡ଼ଙ୍କ ୧ ବଖରା ଚାଳଘର ସହ ବିଶ୍ୱନାଥ ଗୌଡ଼ ଏବଂ ବାବୁଲା ଗୌଡ଼ଙ୍କ ଦୁଇଟି ଗୁହାଳ ଘର ଅଚାନକ ଭୁଶୁଡ଼ି ପଡ଼ିଛି । ଉଭୟ ପରିବାରର ସଦସ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବାରୁ ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ବେଳେ ଆସବାପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । କୋଠା ଭୁଷୁଡିବା ଦ୍ୱାରା ପଡ଼ୋଶୀଙ୍କ ଚାଳଘର ଓ ଗୁହାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତିନି ଦିନ ଧରି ଲଗାତର ବର୍ଷା ହେଉଥିବାରୁ ପୁରୁଣା କୋଠାଟି ଭୁଷୁଡି ପଡିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here