କୁହୁଡି ଯୋଗୁଁ ଅଟୋ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ।

0
254

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଛକ ନିକଟରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି ।ପୋଲିସ ସୁତ୍ରରୁ ଖବର ମିଳିଛି ଯେ,କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏସ୍.ନୂଆଗାଁ ର ଯୋଗୀ ଭୁୟାଁ ଓ ତାଙ୍କ ପରିବାରବର୍ଗ ଏକ ଅଟୋ (ଓଡି୦୨ଏଏଫ୍୩୪୮୮)ରେ ଜଗନ୍ନାଥ ପ୍ରସାଦ ଆସୁଥିବା ସମୟରେ କୁହୁଡି ହୋଇଥିବାରୁ ଡ୍ରାଇଭର ରାଜେଶ କୁମାର ସ୍ୱାଇଁ ରାସ୍ତା ଦେଖିପାରିନଥିଲେ ।ଫଳରେ ଅଟୋଟି ରାସ୍ତା କଡରେ ଥିବା ଏକ ଖାଲରେ ପଶିଯାଇଥିଲା ।ଗାଡିର ପଛସିଟ୍ ରେ ବସିଥିବା ଯୋଗୀ ଗାଡିରୁ ଛିଟିକି ଯାଇ ତଳେ ପଡିଯାଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।ସେଠାରେ ତାଙ୍କର ଶବ ବ୍ୟବଛେଦ କରାଯାଇ ତାଙ୍କ ପୁଅକୁ ଶବ ହସ୍ତାନ୍ତର କରିଥିବା ବେଳେ ବେଲଗୁଣ୍ଠା ଥାନାରେ ୩୯/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here