ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ବାହାର ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ସ୍କ୍ରିନିଂ

0
598

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାରେ ୨୨ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଥିବା ବେଳେ ବାହାର ରାଜ୍ୟ ଓ ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇ, ଚେନ୍ନାଇ, ସୁରଟ ଓ ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକ ମାନଙ୍କ ବ୍ରହ୍ମପୁର ରେଳଷ୍ଟେସନରେ ସ୍କ୍ରିନିଂ କରାଯାଇଛି। କୋଣାର୍କ, ଗରିବ ରଥ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଫେରିଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି।ଶତାଧିକ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି। ଯାତ୍ରୀମାନେ ଘରେ ପହଁଚିବା ପାଈଁ ପ୍ରଶାସନ ପକ୍ଷରୁ ବସ ବ୍ୟବସ୍ତା କରାଯାଇଥିଲା। ୪୦ଟି ବସରେ ଯାତ୍ରୀଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ତା କରାଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦାତାତ୍ର୍ୟୟ ଭୁସହେବ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here