ଦୁଇ ମୋଟରସାଇକଲ୍ ଧକ୍କା; ୨ସାଙ୍ଗ ମୃତ,ଦୁଇ ଆହତ

0
647

ବେଲଗୁଣ୍ଠା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦୁଇ ଦିନ ତଳେ ଦଣ୍ଡ ନାଚ ପାଇଁ ସମସ୍ତେ କେରଳରୁ ଗାଁ କୁ ଫେରିଥିଲେ ।କିଛି ଦିନ ପରିବାର ସଦସ୍ୟଙ୍କ ସହ ବିତାଇବା ପରେ ପୁଣି କେରଳ ଫେରିଥାନ୍ତେ ।କିନ୍ତୁ ବିଧିର ବିଧାନ ଅଲଗା ।ସାଙ୍ଗ ଘରକୁ ଯାଇ ଫେରୁଥିବା ବେଳେ ମୋଟର ସାଇକଲ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।ଗ୍ରାମରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ଖବରରୁ ଜଣାପଡିଛି ଯେ,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତ ଲୁଣିପଡା ଗ୍ରାମର କୁନା ଗୌଡଙ୍କ ପୁଅ ଶଙ୍କର ଗୌଡ(୨୨),ବିଶ୍ୱନାଥ ଗୌଡ ଙ୍କ ପୁଅ ଜଗନ୍ନାଥ ଗୌଡ(୨୨),ପୁରୁଷୋତ୍ତମ ଭୁୟାଁ ଙ୍କ ପୁଅ ଚନ୍ଦ।ଭୁୟାଁ(୨୬),ପୁରଞ୍ଜୟ ଗୌଡ ଙ୍କ ପୁଅ ପବିତ୍ର ଗୌଡ(୨୪) ଚାରିଜଣ କେରଳର ଏକ ଘରୋଇ କମ୍ପାନୀ ରେ ଚାକିରୀ କରୁଥିବା ବେଳେ ଗତ ୧୯ ତାରିଖ ଦିନ ଦଣ୍ଡ ଯାତ୍ରା ପାଇଁ ନିଜ ଲୁଣିପଡା ଗ୍ରାମକୁ ଆସିଥିଲେ ।୨୧ ତାରିଖ ରାତ୍ରି ୭.୩୦ ମି ସମୟରେ ୪ ଜଣ ଏକ ଗ୍ଲେମର ଓ ଆପାଚୀ ମୋଟରସାଇକଲରେ କୁଲାଙ୍ଗୀ ଯାଇ ଫେରୁଥିବା ସମୟରେ ମାଁ ବୁଢ଼ାକେନ୍ଦୁ ମନ୍ଦିର ନିକଟସ୍ଥ ପଳାସପଲ୍ଲୀ ଛକରେ ଉଭୟ ମୋଟରସାଇକଲ ଦୁର୍ଘଟଣା ଗ୍ରସ୍ତ ହୋଇ ଗୋଟିଏ ମଟରସାଇକଲ୍ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ।ଫଳରେ ଦୁଇ ଗାଡିରୁ ଛିଟିକି ପଡି ଚାରି ସାଙ୍ଗ ଗୁରୁତର ଆହତ ହୋଇଥିଲେ ।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଏମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ କାର୍ଯ୍ୟରତ ଡାକ୍ତର ସୁନୀତା ସ୍ୱାଇଁ ଚନ୍ଦନ ଭୁୟାଁ ଚନ୍ଦନ ଭୁୟାଁ ଓ ପବିତ୍ର ଗୌଡଙ୍କୁ ମୃତ ଘୋଷଣା କରିଥିଲେ ।ଶଙ୍କର ଓ ଜଗନ୍ନାଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି ।ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ଓ ଡି ଏସ୍ ପି ସଞ୍ଜୟ ମହାପାତ୍ର ଦୁର୍ଘଟଣା ଗ୍ରସ୍ତ ଦୁଇଟି ମୋଟରସାଇକଲ୍ ଓ ଦୁଇଟି ଶବକୁ ତବତ କରିବା ସହ ୬୨/୨୦ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି ।ଆଜି ଭଞ୍ଜନଗର ଡାକ୍ତରଖାନାରେ ଚନ୍ଦନ ଓ ପବିତ୍ରଙ୍କ ଶବ ବ୍ୟବଛେଦ କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ଆଜି ଉଭୟଙ୍କ ଶବ।ନିଜ ଗ୍ରାମ ଲୁଣିପଡା ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗାଁ ଶ୍ମଶାନ ରେ ଶବ ସଂସ୍କାର କରାଯାଇଛି ।ପୁରୁଷୋତ୍ତମ ଓ ପୁରଞ୍ଜୟ ଙ୍କ ଦୁଇଟି ରୋଜଗାରିଆ ପୁଅଙ୍କ ମୃତ୍ୟୁ।ହେବା ପରେ ଦୁଇଟି ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ।ଉଭୟ ପରିବାର ଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଶାସନ ସରପଞ୍ଚ ରୀତାଞ୍ଜଳୀ ପ୍ରଧାନ ଓ ପୁର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here