ବରିଷ୍ଠ ଓକିଲଙ୍କର କରୋନା ସଚେତନତା ବାର୍ତ୍ତା

0
485

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡିରେ କରୋନା ଭୂତାଣୁ ସଂକ୍ରମଣରୁ କିପରି ସୁରକ୍ଷିତ ରହିବେ ସେଥିନେଇ ସଚେତନତା ବାର୍ତ୍ତା ସହରରେ ସାହି ଗଳିକନ୍ଦି ବୁଲିବୁଲି ପ୍ରଚାରରେ ବାହାରିଥିଲେ ସାମ୍ବାଦିକ ତଥା ଓକିଲ ଗଜାନନ ତ୍ରିପାଠୀ । ତାଙ୍କ ସଚେତନତା କାର୍ଯ୍ୟକ୍ରମକୁ ସମ୍ମତି ଜଣାଇ ସହଯୋଗ କରିଥିଲେ ସାମାଜିକକର୍ମୀ ରଞ୍ଜନ କୁମାର ପାତ୍ର । ଜନତା କର୍ଫ୍ୟୁ ମାଧ୍ୟମରେ ନିଜ ଘରେ ସକାଳ ୭ ଘଣ୍ଟାରୁ ରାତି ୯ ଘଣ୍ଟା ଯାଏଁ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ୨୨ ତାରିଖରୁ ଆସନ୍ତା ୨୮ ତାରିଖ ଦିନ ଯାଏଁ ଏଭଳି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ନିବେଦନ କରିଥିଲେ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯେପରି ନହୁଏ ସେହିପରି ନିଜେ ସତର୍କ ରହିବାକୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here