ବେଗୁନିଆପଡା ଠାରେ କାଳବୈଶାଖୀ, ବଜ୍ରାଘାତରେ ଜଳିଗଲା ଦୁଇଟି ନଡ଼ିଆ ଗଛ l

0
533

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା / ଭଞ୍ଜ କିଶୋର ମହାରଣା) : ଶନିବାର ରାତ୍ର ୧୦.୩୦ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ସ୍ଥିତ ଆଇସି ଆଇସି ଆଇ ବ୍ୟାଙ୍କ ନିକଟରେ ଥିବା ଦୁଇଟି ନଡ଼ିଆ ଗଛ ଉପରେ ବଜ୍ରାଘାତ ହେବାରୁ ଗଛ ଦୁଇଟି ଜଳିଯାଇଥିଲା l ସୌଭାଗ୍ୟବଶତଃ ନିକଟରେ କେହି ଵ୍ୟକ୍ତି ନଥିଲେ l ଖବର ପାଇଁ କୋଦଳା ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଆଜି ପ୍ରାୟ ନଅ’ ଘଣ୍ଟ ସମୟରୁ ବେଗୁନିଆପଡା ଅଞ୍ଚଳରେ ହଠାତ ଜୋରରେ ପବନ ବହିବା ସହ ଘଡଘଡି ଓ ମେଘ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଥିଲା l କିଛି ଲୋକଙ୍କର ଟିଭି ସେଟ ବଜ୍ରାଘାତରେ ପୋଡ଼ିଯାଇଥିବା ବେଳେ ଖବର ସଂଗ୍ରହ ବେଳକୁ ବିଦ୍ୟୁତ ସରବରାହ ବନ୍ଦଥିଲା l

LEAVE A REPLY

Please enter your comment!
Please enter your name here