“ଜନତା କର୍ଫ୍ୟୁ” ପାଇଁ ଚିଙ୍ଗୁଡିଘାଇ ଠାରେ ବିଧାୟିକାଙ୍କ କରୋନା ସଚେତନତା

0
589

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା / ଭଞ୍ଜ କିଶୋର ମହାରଣା) : ଜନସାଧାରଣଙ୍କୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ବିଶ୍ୱର କୋଣ ଅନୁକୋଣରେ ସଚେତନ କରାଯାଉଛି l ଏଥିପାଇଁ ବିଶ୍ୱ ଏକ ପ୍ରକାର ଠପ ହୋଇପଡିଛି l କାରଣ ଏହାର ଉପସ୍ଥିତି ଭୟଙ୍କର ରୂପନେବାକୁ ବସିଲାଣି l ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଏହାର ଦୁରୁପଯୋଗ ଯୋଗୁଁ ଏହାର ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୁରୁଷୋତ୍ତମପୁର ବ୍ଲକର ଚିଙ୍ଗୁଡିଘାଇ ପଞ୍ଚାୟତରେ ପହଂଚି ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ “ଜନତା କର୍ଫ୍ୟୁ”ଉପରେ ଗୁରୁତ୍ୱ ଦେଇଥିଲେ l ଏହା ସହ ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ l

LEAVE A REPLY

Please enter your comment!
Please enter your name here