ବେଷ୍ଟ କ୍ରିଟିସ୍କ ଚୋଇସ ଆୱାର୍ଡ ପାଇଲା କଣ୍ଢେଇ ଯାତ୍ରା।

0
541

ବ୍ରହ୍ମପୁର: ଅନ୍ତର୍ଜାତୀୟ କଳା ସଂସ୍କୃତି ଚଳଚ୍ଚିତ୍ର ମହୋତ୍ସବ(IACCF)ରେ ଚମକୀଲା ସନ୍ୟାସୀ ମହାରଣାଙ୍କର ନିର୍ଦ୍ଦେଶୀତ କଣ୍ଢେଇ ଯାତ୍ରା। ଚଳଚ୍ଚିତ୍ରର ଭିନ୍ନତା ତଥା ସ୍ୱତନ୍ତ୍ରତାକୁ ଅନୁଭବ କରି ଏହି ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ବିଚାରକ ପସନ୍ଦ ବିଭାଗ(ବେଷ୍ଟ କ୍ରିଟିସ୍କ ଚୋଇସ ଆୱାର୍ଡ)ରେ ଶ୍ରେଷ୍ଠତା ପ୍ରମାଣ କରି ପାରିଛି। କଣ୍ଢେଇ ଯାତ୍ରା ମାଧ୍ୟମରେ ବ୍ରହ୍ମପୁରର ମାଟିର କଣ୍ଢେଇ ଆଜି ବିଶ୍ୱରେ ତାର ଭିନ୍ନ ପରିଚୟ ସ୍ଥାପନ କରି ପାରିଲା। ଗତକାଲି USA ରେ ଆୟୋଜିତ ଏହି ଚଳଚ୍ଚିତ୍ର ମହୋତ୍ସବରେ 2000ରୁ ଉର୍ଦ୍ଧ ଚଳଚ୍ଚିତ୍ର 195 ଦେଶରେ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ର ନିର୍ମାଣରେ ନିୟୋଜିତ ସମ୍ପୂର୍ଣ୍ଣ ଟିମକୁ ଆଜି ବ୍ରହ୍ମପୁର ଓଡିଶା ସମେତ ସାରା ଓଡ଼ିଶା ଏବଂ ଦେଶବିଦେଶରୁ ମଧ୍ୟ ଅନେକ ସିନେ ଜଗତ ସହିତ ଜଡିତ ବ୍ୟକ୍ତିତ୍ୱ କଳା ଏବଂ କଳାକାର ଜଗତରୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ନିର୍ଦ୍ଦେଶନା ଦାୟିତ୍ୱରେ ନିଜେ ଇଂ.ସନ୍ୟାସୀ ମହାରଣା ଥିବାବେଳେ, ନାଟ୍ୟ ଭାରତୀ ତ୍ରିପତି ନାୟକ ମାର୍ଗଦର୍ଶନ ଦେଇଥିଲେ, ଚିତ୍ରତ୍ତୋଲନରେ ଟୁଟୁ ପ୍ରଧାନ, ପୋଷ୍ଟର ଡିଯାଇନରେ ଟିକିରି ବେହେରା ଏବଂ ସମ୍ପାଦନା ଦାୟିତ୍ୱରେ ରିପନ ଥିଲେ, ଉଦିୟମାନ ଯୁବ ଉପସ୍ଥାପିକା ଜ୍ୟୋତିର୍ମୟୀ ପାତ୍ରଙ୍କର ପ୍ରଚ୍ଛଦ କଣ୍ଠର ସଂଯୋଜନା ଭିନ୍ନତା ପାଇଁ ସ୍ୱତନ୍ତ୍ର ବିଚାରକ ପସନ୍ଦର ବିଭାଗରେ ଶ୍ରେଷ୍ଠ ପ୍ରତିପାଦିତ ହୋଇ ପାରିଛି କଣ୍ଢେଇ ଯାତ୍ରା। ଏହି ଚଳଚ୍ଚିତ୍ର ମାଧ୍ୟମରେ ବ୍ରହ୍ମପୁର ସହର 300 ବର୍ଷ ପୁରୁଣା ଏକ କଳା ସଂସ୍କୃତି ସମ୍ପର୍ଣ୍ଣ ଲୋପାଭିମୁଖୀ ଥିବା ପର୍ଵ କଣ୍ଢେଇ ଯାତ୍ରା ବିଶେଷାଙ୍କର ଚିତ୍ରଣ ଦର୍ଶକ ଏବଂ ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏତେ ବଡ ମଞ୍ଚରେ ଏକା ଥରରେ ବିଶ୍ୱର 195 ଦେଶରେ ପ୍ରଦର୍ଶିତ ହୋଇ ଏତେ ବଡ ସଫଳତା ପାଇବା ନିହାତି ଭାବରେ ଏକ ବଡ ଉପଲବ୍ଧି ବୋଲି ଶ୍ରୀ ମହାରଣା ମତ ବ୍ୟକ୍ତ କରିଛନ୍ତି। ତେବେ ଆଗକୁ କଣ୍ଢେଇ ଯାତ୍ରା ଅଶୋକା ନେସନଲ ଫିଲ୍ମ ଫେଷ୍ଟିବଲ ଭଳି ଜାତୀୟ ସ୍ତରର ଏକ ନାମୀ ଚଳଚିତ୍ର ମହୋତ୍ସବ ପାଇଁ ମନୋନୟନ ପ୍ରକ୍ରିୟାରେ ଥିବାର ସୂଚନା ଦେଇଛନ୍ତି ଶ୍ରୀ ମହାରଣା।

LEAVE A REPLY

Please enter your comment!
Please enter your name here