ଶିଶୁଙ୍କ ଘର ଘର ବୁଲି ଖାଦ୍ୟ ଯୋଗାଇବେ ଅଙ୍ଗନୱାଡି କର୍ମୀ

0
495

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଯୋଗୁଁ ମାର୍ଚ୍ଚ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ l ତେଣୁ ଶିଶୁମାନଙ୍କୁ ଖାଦ୍ୟ ଘରେ ଯୋଗାଇ ଦିଆଯିବ l କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନୱାଡିର ୩ ରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶୁଖିଲା ରାଶନ ପହଞ୍ଚାଯିବ। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ହିତାଧିକାରୀଙ୍କ ଘରେ ରାଶନ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରତି ଗ୍ରାମରେ ଥିବା ଏଏନ୍ଏମ୍/ଆଶା କର୍ମଚାରୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅଙ୍ଗନୱାଡି ବନ୍ଦ ରହୁଥିବାରୁ ପିଲାଙ୍କ ଘରେ ଖାଦ୍ୟ ଦିଆଯିବ।

LEAVE A REPLY

Please enter your comment!
Please enter your name here