ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମସର ସଫଳତା

0
352

ଭୁବନେଶ୍ୱର: ସ୍ଥାନୀୟ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ‌ସ) ଜାତୀୟ ସ୍ତରରେ ପୁଣି ଥରେ ସୁନାମ ଆଣିଛି । ଏଠାରେ ପଢୁଥିବା ଏମବିବିଏସ ଛାତ୍ରୀ ଡ. ବିନିତା କେ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଦେଶର ସମ୍ମାନଜନକ ଡାକ୍ତରୀ ଶିକ୍ଷାନୁଷ୍ଠାନ ଦିଲ୍ଲୀ ଏମସ ପକ୍ଷରୁ ଅନୁଷ୍ଠିତ ପିଜି ପ୍ରବେଶିକା ପରୀକ୍ଷା ଫଳ ଆଜି ଘୋଷଣା କରାଯାଇଛି । ଶ୍ରେଷ୍ଠ ୧୦୦ ତାଲିକା ମଧ୍ୟରେ ଭୁବନେଶ୍ୱର ଏମ୍‌ସର ୬ ଜଣ ଛାତ୍ରଛାତ୍ରୀ ଅଛନ୍ତି । ସେହିଭଳି ୧୦୦ ମଧ୍ୟରେ ୩୧ ଜଣଙ୍କୁ ସ୍ଥାନ ମିଳିଛି । ଏହି ପରୀକ୍ଷାରେ ସାମିଲ ଥିବା ୭୪ ଜଣ ଛାତ୍ରଛାତ୍ରୀଙ୍କୁ ର‌୍ୟାଙ୍କ ମିଳିଛି । ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନେଇ ଏମସ ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଗୀତାଞ୍ଜଳି ସ୍ୱାଗତ ଜଣାଇଛନ୍ତି । ସେ ଏମ୍‌ସ ଭୁବନେଶ୍ୱରର ଅଧ୍ୟାପକଙ୍କ ଶିକ୍ଷାଦାନ ପାଇଁ ସେମାନକୁ ପ୍ରଶଂସା କରିଛନ୍ତି । ଏହି ପରୀକ୍ଷାରେ ଦେଶର ସମସ୍ତ ଏମ୍‌ସରୁ ଶ୍ରେଷ୍ଠ ୧୦୦ ମଧ୍ୟରେ ୨୯ ଜଣ ସାମିଲ ହୋଇପାରିଛନ୍ତିଛ ଏଥିରୁ ଭୁବନେଶ୍ୱର, ଯୋଦ୍ଧପୁର ଓ ଋଷିକେଶରୁ ୬ ଜଣ ଲେଖାଏଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଭୋପାଲ ଏମ୍‌ସରୁ ୫ ଜଣ, ନୂଆଦିଲ୍ଲୀ ଏମ୍‌ସରୁ ୪ ଜଣ, ପାଟଣା ଓ ରାୟପୁର ଏମ୍‌ସରୁ ଜଣେ ଲେଖାଏଁ ସ୍ଥାନ ପାଇପାରିଛନ୍ତି । ଏହି ପରୀକ୍ଷାରେ ମୋଟ ୪୩୩୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here