ପିଇବା ପାଣି ସମସ୍ୟା ଦୂରକଲେ କୋଡ଼ିଙ୍ଗା ସରପଞ୍ଚ

0
387

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ର ଜାହାଜଭଟ୍ଟା ସାହିରେ ପିଇବା ପାଣି ସମସ୍ୟା କୁ ସମାଧାନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ କରାଇଛନ୍ତି ସରପଞ୍ଚ ଡମାଇ ଭତରା । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ପଞ୍ଚାୟତର ଜାହାଜଭଟ୍ଟା ସାହିରେ ଲୋକେ ପିଇବା ପାଣି ପାଇଁ ବହୁ ବର୍ଷ ହେଲା ସମସ୍ୟାରେ ଗତିକରୁଥିଲେ । ପିଇବା ପାଣି ପାଇଁ ସାହିଲୋକେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ । ସାହିଲୋକେ ସ୍ଥାନୀୟ ସରପଞ୍ଚ ଡମାଇ ଭାତରଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ । ସହି ଲୋକଙ୍କ ପାଣି ସମସ୍ୟା ଶୀଘ୍ର ଦୁର କରାଯିବ ବୋଲି ସେ ସାହିଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏନେଇ ଗତ କିଛି ମାସ ଧରି ଜାହାଜଭଟ୍ଟା ସାହିରେ ଏକ ସୋଲାର ପାଣି ଟ୍ୟାଙ୍କି ନିର୍ମାଣ କରିଥିଲେ । ଆଜି ଉକ୍ତ ଟ୍ୟାଙ୍କି ରୁ ସାହିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ କୋଡ଼ିଙ୍ଗା ସରପଞ୍ଚଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି । ଏଥିରେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା , କୋଡ଼ିଙ୍ଗା ଗ୍ରାମର ଯୁବ ନେତା ବୁଦୁରାମ ଭତରା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । କୋଡ଼ିଙ୍ଗା ସରପଞ୍ଚଙ୍କ ଏଭଳି କାର୍ଯ୍ୟ କୁ ସବୁ ମୋହଳରେ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି କୋଡ଼ିଙ୍ଗା ସରପଞ୍ଚ କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏଭଳି ସମସ୍ୟା ଗୁଡିକ ଦେଖାଦେଲେ ଯଥା ଶୀଘ୍ର ସମାଧାନ କରୁଥିବାରୁ ସବୁ ଗ୍ରାମରେ ତାଙ୍କ ଜନହିତ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here