ଚିକିଟି: ବେଆଇନ ପାଣି ପାଉଚ ଫ୍ୟାକ୍ଟ୍ରି ସିଲ୍ କଲା ପ୍ରଶାସନ ।

0
635

ଚିକିଟି : (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ୨୦/୦୭/୧୦ ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ମହୀଶନପୁର ଠାରେ ବେଆଇନ ଭାବେ ଚାଲିଥିବା ପାଣି ପାଉଚ ଫ୍ୟାକ୍ଟ୍ରିକୁ ଚିକିଟି ତହସିଲଦାର ସିଲ୍ କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ଚିକିଟି ତହସିଲଦାର୍ ହର ପ୍ରସାଦ ଭୋଇ, ଅତିରିକ୍ତ ତହସିଲଦାର୍ ଶକ୍ତି ପ୍ରସାଦ ଶ୍ରୀଚନ୍ଦନ, ଧାନଘର ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ପ୍ରମୁଖ ସଦଳବଳେ ଚଢାଉ କରିଥିଲେ । ସରକାର ପାଣି ପାଉଚକୁ ନିଷେଧ କରି ଥିବା ବେଳେ ଏଠାରେ ଦୀର୍ଘଦିନ ହେଲା କିପରି ଖୋଲାଖୋଲି ଭାବେ ପାଣି ପାଉଚ ପ୍ରସ୍ତୁତ ହୋଇ ଖୋଲା ବଜାରରେ ବିକ୍ରି ହେଉଥିଲା ତାହା ସମସ୍ତଙ୍କୁ ଚକିତ କରିଛି। ଫ୍ୟାକ୍ଟ୍ରିର ଆବଶ୍ୟକୀୟ ନଥିପତ୍ର ନଥିବା ପ୍ରଶାସନ ଠାରୁ ସୁଚନା ମିଳିଛି। ଏଭଳି ବେଆଇନ ଭାବେ ଚାଲି ଥିବା ସଂସ୍ଥା ବିରୋଧରେ କାର୍ଯାନୁସ୍ଠାନ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here