ଗରିବ ପରିବାରକୁ ମାସ୍କ ବାଣ୍ଟିଲେ କୁକୁଡାଖଣ୍ଡି ତହସିଲଦାର

0
468

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା/ ଉମା ଶଙ୍କର ପାଣିଗ୍ରାହୀ) : କୁକୁଡାଖଣ୍ଡି ବ୍ଲକର ଆକୁଂଶପୁର ଏବଂ ଏହାର ଆଖପାଖ ଗ୍ରାମ ଗୁଡିକରେ ବୁଲି ବୁଲି ମାସ୍କ ବାଣ୍ଟିଲେ ତହସିଲଦାର। ଗରିବ ପରିବାର ମାନଙ୍କୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ନିର୍ଦ୍ଧେଶ କ୍ରମେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମାସ୍କ ବାଣ୍ଟିଥିଲେ I ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଟି ତିଆରି କରିଥିବା ପ୍ରାୟ ଦୁଇଶହ ମାସ୍କ କୋଡିଏ ଟଙ୍କା ଲେଖାଏଁ ମୂଲ୍ୟରେ କିଣି ସାଧାରଣରେ ଏକ ପ୍ରକାର ସଚେତନ କରିଥିଲେ ପ୍ରଶାସନିକ ଅଧିକାରିଣୀ I କେବଳ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବା ଆମର ଉଦେଶ୍ୟ ନୁହଁ ଲୋକଙ୍କୁ ସରକାରୀ ନିୟମ ମାନି ସୁସ୍ଥ ଏବଂ ସୁରକ୍ଷିତ ରହିବା ପାଇଁ ବୁଝେଇବା ଆମର ମୂଳ ଦାୟିତ୍ୱ ବୋଲି କହିଥିଲେ ତହସିଲଦାର।

LEAVE A REPLY

Please enter your comment!
Please enter your name here