ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନନ୍ତର ନିଷ୍ପତ୍ତିକୁ ବିରୋଧ।

0
672

ବ୍ରହ୍ମପୁର୨୦/୭ (ନ୍ୟୁଜଏକ୍ସଟ୍ରା ବ୍ୟୁର)ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ଅନ୍ୟତ୍ର ସ୍ଥାନନ୍ତରକୁ ବିରୋଧ। ସରକାରଙ୍କ ଏହି ନିଷ୍ପତ୍ତି ପ୍ରକାରେ ସହର ବାହାରେ 16ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ କନିସି ଠାରେ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ମାସିକ ପ୍ରାୟ 9ଲକ୍ଷ ଟଙ୍କା ଭଡା ପ୍ରଦାନ କରାଯିବ। ତେବେ ବିନା କୌଣସି ଭିତ୍ତିଭୂମିର ବିକାଶ କରି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟର ଆସବାବପତ୍ର ସ୍ଥାନାନ୍ତର କରିବା ସମୟରେ ବିଜେପିର କର୍ମକର୍ତ୍ତାମାନେ ଧାରଣା ଦେଇ ପ୍ରତିବାଦ କରିବା ଫଳରେ ପରିସ୍ଥିତି ଜଟିଳ ହୋଇଥିଲା। ପୋଲିସ ହସ୍ତକ୍ଷେପ ପରେ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ କୌଣସି ନିଷ୍କର୍ଷ ବହାରିପାରିନଥିଲା

LEAVE A REPLY

Please enter your comment!
Please enter your name here