ଦିଗପହଣ୍ଡି: ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗଣେଶ ନଗର ବାସିନ୍ଦା

0
559

ଦିଗପହଣ୍ଡି(ନ୍ୟୁଜ ଏକ୍ସଟ୍ରା): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ନଂ ୱାର୍ଡ ଅନ୍ତର୍ଗତ ଗଣେଶ ନଗର ଲୋକେ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ଏଠାରେ ପ୍ରାୟ ୨୦ଟି ପରିବାର ବସବାସ କରନ୍ତି। ତେବେ ଏଠାରେ ନା ରାସ୍ତା ଅଛି ନା ପାନୀୟ ଜଳର ବ୍ୟବସ୍ଥା, ବିଜୁଳି ସଂଯୋଗ ଥିଲେ ସୁଦ୍ଧା ରାତିରେ କିଟିମିଟି ଅନ୍ଧାର। ଏ ନେଇ ବହୁବାର ଏନଏସି କର୍ତ୍ତୃପକ୍ଷଙ୍କ ପାଖରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ଯଦି ଏହି ସାହି ବାସିନ୍ଦାଙ୍କ ଦୁଃଖ ଗୁହାରୀ ପ୍ରଶାସନ ନଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ବର୍ଷା ଦିନରେ ଏଠାରେ ସମସ୍ୟା ଦ୍ବିଗୁଣିତ ହୋଇଯାଏ।

LEAVE A REPLY

Please enter your comment!
Please enter your name here