କରୋନା ପାଇଁ ଭଞ୍ଜନଗର ବଜାର ବନ୍ଦ କଲା ପ୍ରଶାସନ

0
703

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ଓ ସମସ୍ତ ଦାୟିତ୍ୱସମ୍ପନ୍ନ ଉଚ୍ଚପଦାଧିକାରୀ ଉପସ୍ଥିତ ରେ ଭଞ୍ଜନଗର ବିଭିନ୍ନ ସୁନା,ଲୁଗା,କଲର,ଇଲେକ୍ଟ୍ରିକା ଦୋକାନ ବିଭିନ୍ନ ହୋଟେଲ, ବିଭିନ୍ନ ଠେଲା ଗାଡିର ଖାଦ୍ୟ ,ଚାହାଁ ଦୋକାନ ସହ ବିଭିନ୍ନ ମଲକୁ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ନିତ୍ୟ ଆବଶ୍ୟକ ସାମଗ୍ରୀ ପରିବା,ଫଳ,ରେସନ୍,ଔଷଧ ଦୋକାନ ଇତ୍ୟାଦି ଏଥିରୁ ବାଦ୍ ଦିଆଯାଇଥିବା ବେଳେ ସହର ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଏନ.ଏ. ସି ଗାଡି ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here