ଗାଁ ନିକଟସ୍ଥ ଜଙ୍ଗଲରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା;ଗୁଣି ଗାରେଡିରୁ ହତ୍ୟା ସନ୍ଦେହ

0
469

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ ଗପଟିମା ଗାଁର ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ । ଉଭୟଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗୁଣିଗାରେଡିକୁ ନେଇ ହତ୍ୟା କରାଯାଇଥିବ ବୋଲି ମୃତକଙ୍କ ପୁଅ ଅଭିଯୋଗ କରିଛି । ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସକାଳେ ନିଜ ବଗଡ଼କୁ ତେନ୍ତୁଳି ଜଗିବାକୁ ଯାଇଥିଲେ ଓ ସେଠାରେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିଲା । ଆଜି ଗାଁରେ ଗୁଙ୍ଗି ପୂଜା ଚାଲିଥିବା ବେଳେ ଲୋକେ ଉଭୟଙ୍କ ମୃତ ଦେହ ଗାଁ ନିକଟସ୍ଥ ଜଙ୍ଗଲରେ ପଡ଼ିଥିବା ଦେଖି ପୋଲିସରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏତଦ ବ୍ୟତୀତ ଛତ୍ରପୁର ଫୋରେନସିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆବଶକୀୟ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here