ବେଲଗୁଣ୍ଠାରେ 45 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ କରୋନା ଟୀକା ପ୍ରଦାନ

0
259

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ରାଜ୍ୟ ସରକାରଙ୍କ କରୋନା ମାର୍ଗଦର୍ଶିକା ଅନୁଯାୟୀ ଆଜି ସାରା ରାଜ୍ୟରେ 45 ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ଆଠଟି ସ୍ଥାନରେ 45 ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି I ବେଲଗୁଣ୍ଠା ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର,ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ବଙ୍କା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସମେତ ନାଟେଙ୍ଗା ବିଦ୍ୟାଳୟ, ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟ ଏବଂ ତନରଡା ଗ୍ରାମ ପଂଚାୟତ ଠାରେ ଆଜି ଟୀକା ପ୍ରଦାନ କରାଯାଇଛି I ଆଜି ପ୍ରଥମ ଦିନରେ ସମୁଦାୟ 1636 ଜଣ ଟୀକା ଗ୍ରହଣ କରିଥିବା ବେଳେ ନାଟେଙ୍ଗାରେ 242 ଜଣ, ମଙ୍ଗଳପୁର ଠାରେ 199 ଜଣ, ତନରଡା ଠାରେ ସର୍ବାଧିକ 336 ଜଣ, ଗୋବରାରେ 234 ଜଣ, ବେଲଗୁଣ୍ଠାରେ 224 ଜଣ, ବଙ୍କାରେ 151 ଜଣ ଏବଂ ଗାଙ୍ଗପୁର ଓ ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିତ ଭାବେ 250 ଜଣ ଟୀକା ଗ୍ରହଣ କରିଛନ୍ତି I ଆଜି 45 ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସାହର ସହିତ ଟୀକା ଗ୍ରହଣ କରିଥିବା ଦେଖାଦେଇଛି I ଏହି ସବୁ କାର୍ଯ୍ୟକ୍ରମ ବେଲଗୁଣ୍ଠା ସ୍ଵାସ୍ଥ୍ୟ୍ ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ସୁରୁଖୁରୁରେ ଚାଲିଛି I ଗାଙ୍ଗପୁର ଠାରେ ଡକ୍ଟର୍ ପାଣ୍ଡବ ସ୍ୱାଇଁ, ପାଇଲିପଡ଼ା ଠାରେ ଡକ୍ଟର୍ ସରୋଜ ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ଜନ ସ୍ଵାସ୍ଥ୍ୟ୍ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଗୋବରା ଠାରେ ଡା ସନ୍ତୋଷ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here