ଝୁଲନ୍ତା ମୃତ ଦେହ ଉଦ୍ଧାର

0
484

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାସର୍ଗି ଗାଁରେ ଜଣେ ନାବାଳିକାର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ, ମାଫିକା ମଲ୍ଲିକ । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରିବାର ଲୋକେ ଆଜି ସକାଳେ ନାବାଳିକାର ମୃତଦେହ ଗାଁ ନିକଟସ୍ଥ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ତାକୁ ଗଛରୁ ଉଦ୍ଧାର କରି ଘରକୁ ଆଣିଥିଲେ। ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here