ପିକଅପ ଧକ୍କାରେ 3 ବାଇକ ଆରୋହି ମୃତ

0
487

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପିକଅପ ଧକ୍କାରେ ୩ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଛି। ମୃତକମନେ ହେଲେ, ମୋହନା ଥାନା ଅନ୍ତର୍ଗତ ରାମନାଜୁ ଗାଁର ସୁଧୀର ମଲ୍ଲିକ, ମେଲ ମଲ୍ଲିକ ଓ ଅନ୍ୟ ଜଣେ ହୁଏରି ଗାଁର ରାମ ମଲ୍ଲିକ । ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ଚି ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ମୋହନାରୁ ୩ଜଣ ବାଇକରେ ନିଜ ଗାଁ ରାମନାଜୁ କୁ ଫେରୁଥିବା ବେଳେ ସାମ୍ନା ପଟୁ ଆଉଥିବା ପିକଅପ ଗାଡି ଧାକ୍କା ଦେଇଥିଲା । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ପିକଅପ ଗାଡିକୁ ଜବତ କରି ଥିବାବେଳେ ଚାଳକ ଫେରାର ଅଛି । ସ୍ଥାନୀୟ ଲୋକେ ଉତ୍ତେଜନା ହୋଇ ରାସ୍ତାରେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି । କ୍ଷେତି ପୂର୍ଣ୍ଣ ଦେବାପରେ ରାସ୍ତାରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here