କରୋନା ଭୁତାଣୁକୁ ନେଇ ଗଞ୍ଜାମ ଜିଲ୍ଲା ଭୟବିତ ଥିବା ବେଳେ… ଲଲାଟେନ୍ଦୁ ଚୌଧୁରୀଙ୍କ ଗୋସେବା ଜାରି ….।

0
485

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଲିକମାନେ ନିଜ ଗାଈମାନଙ୍କ ଠାରୁ କ୍ଷୀର ଆଦାୟ କରିବା ପରେ ଗାଈ, ବାଛୁରୀ ମାନଙ୍କୁ ରାସ୍ତାରେ ଛାଡ଼ିଦିଅନ୍ତି । ନିଜ ନିଜର ଆହାର ସଂଗ୍ରହ କରିବା ପାଇଁ ସହରର ବିଭିନ୍ନ ଗଳିକନ୍ଦିରେ ପଶି ପଡ଼ିଥିବା ଆବର୍ଜନା ଖାଇ ଦୁର୍ଘଟଣାରେ ଶିକାର ହୁଅନ୍ତି…। ଆଜି ଠିକ୍ ଏହିଭଳି ପଡ଼ିଥିବା ଆବର୍ଜନା ଖାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ଏକ ନିରୀହ ବାଛୁରୀ ଟିଏ । ବ୍ରହ୍ମପୁର ଗାନ୍ଧୀ ନଗର ୧୧ ତମ ଗଳିରେ ଅସହାୟ ଅବସ୍ଥାରେ ଗତ ପାଞ୍ଚଦିନ ଧରି ଯନ୍ତ୍ରଣାରେ ଚଟାପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ଗୋରୁଗାଈ ସେବାରେ ନୀୟଯିତ ଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ପଶୁ ଚିକିତ୍ସାଳୟର ଡକ୍ଟର କିରଣ ବିଷୋୟୀଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ବାଛୁରୀଟିର ଚିକିତ୍ସା କରିଥିଲେ । କର୍ମଚାରୀ ହରି ଚନ୍ଦ୍ର ନାୟକ, ସାଇରାମ ରେଡ୍ଡୀ ଏବଂ ଏସ୍ ପ୍ରଣୟ ପ୍ରସାଦ ରେଡ୍ଡୀଙ୍କ ଦ୍ଵାରା ବାଛୁରୀଟିର ପ୍ରତିକାର ସଂପୂଣ୍ଣ ଚିକିତ୍ସା କରାଯାଇଥିଲା । କରୋନା ଭାଇରସ୍ ମହାମାରୀ ରୂପ ନେଉଥିବା ବେଳେ ଜିଲ୍ଲାରେ ୧୪୪ଧାରା ଲାଗୁ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ଚିକିତ୍ସା ସମୟରେ ଜନଗହଳି ନକରିବା ପାଇଁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ । କରୋନା ଭୁତାଣୁକୁ ନେଇ ସାରା ରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲା ଭୟବିତ ଥିବା ବେଳେ ଭାୟବିତ ନ ହୋଇ ସତର୍କତା ଅବଲମ୍ବନ କରି କାର୍ଯ୍ୟ କରୁଥିବା ଯୋଗୁଁ କେବଳ ଗାନ୍ଧୀ ନଗର ବାସିନ୍ଦା ନୁହେଁ ବ୍ରହ୍ମପୁର ଆଖପାଖ ଅଞ୍ଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ପଶୁ ଚିକିତ୍ସାରେ ନୀୟୋଜିତଥିଵା ସ୍ବେଚ୍ଛାସେବୀ ଲଲାଟେନ୍ଦୁଙ୍କୁ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଥିଲେ । ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟୁଛି…।

LEAVE A REPLY

Please enter your comment!
Please enter your name here