ତାରାତାରିଣୀଙ୍କ ପୀଠରେ ପ୍ରଶାସନ ପକ୍ଷରୁ କଟକଣା,ମୁଣ୍ଡନ ସମ୍ପୂର୍ଣ ବନ୍ଦ

0
439

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭୟରେ ସମଗ୍ର ବିଶ୍ୱ ଏବେ ପ୍ରମାଦ ଗଣୁଛି l ଏଥିପାଇଁ ସବୁଠି ପ୍ରତିକାର ସ୍ୱରୂପ ଯେପରି ଜନସାଧାରଣ ଅଧିକ ଗହଳି ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଗଞ୍ଜାମର ଆରାଧ୍ୟ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଥିସହ ପାହାଡ଼ ଉପରକୁ ବସ୍ ସେବା ପ୍ରତ୍ୟାହାର ହୋଇଛି । ସେଠାରେ ଥିବା କଲ୍ୟାଣ ମଣ୍ଡପ ଓ ହୋଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଜନସମାଗମ କମିବା ସହ ଯାତ୍ରା ରୀତିନୀତିରେ ହେବ । ଚଳିତବର୍ଷ ନ ଆସି ଆଗାମୀ ବର୍ଷକୁ ଭକ୍ତ ଆସନ୍ତୁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ରବିବାର ଏନେଇ ଜିଲାପାଳ ଏକ ଜରୁରୀ ବୈଠକ କରିଥିଲେ । ସେବାୟତମାନେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ସମସ୍ତେ ସ୍ୱାଗତ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here