କରୋନା ପାଇଁ କବିସୂର୍ଯ୍ୟନଗର ବିଧାୟିକାଙ୍କ ସଚେତନତା ବାର୍ତ୍ତା

0
537

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭାଇରସ ଭୟରେ ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଦୁରୁପଯୋଗ ଯୋଗୁଁ ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି l ସେ ଆଜି ବେଗୁନିଆପଡା ବ୍ଲକ ଶାଙ୍କୁଡ଼ା ଠାରେ ପହଞ୍ଚି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ବିଷୟରେ ଲୋକଙ୍କୁ ବୁଝାଇଥିଲେ l