ଏଥର ଟୋଲଗେଟରେ ମଧ୍ୟ ହେବ ମଦ୍ୟପ ଚାଳକଙ୍କ ଯାଞ୍ଚ

0
685

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନୂତନ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହେବା ପରେ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଏଣିକି ସବୁ ରାଜପଥ ଟୋଲଗେଟ ସହ ଅନ୍ୟାନ୍ୟ ରାସ୍ତାରେ ଥିବା ଟୋଲଗେଟ ମଧ୍ୟ ମଦ୍ୟପ ଯାନବାହନ ଚାଳକଙ୍କୁ ଯାଞ୍ଚ କରିବେ । ନିୟମ ବିରୋଧରେ ଥିଲେ ମଦ୍ୟପ ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ। ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକ ଗିରଫ ହେବାର ୨ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ଦ୍ୱାରା ଉକ୍ତ ପରୀକ୍ଷା ହେବ। ମହିଳା ଡାକ୍ତରଙ୍କ ଦ୍ୱାରା ମହିଳା ଚାଳକଙ୍କ ରକ୍ତ ପରୀକ୍ଷା କରାଯିବ। କାର୍ଯ୍ୟାନୁଷ୍ଠାନ ବେଳେ ଆଇନର ନିର୍ଦ୍ଦିଷ୍ଟ ଧାରା ଅନୁସରଣ ଲାଗି ନିର୍ଦ୍ଦେଶ ହୋଇଛି।

LEAVE A REPLY

Please enter your comment!
Please enter your name here