ଛିଡ଼ା ହୋଇଥିବା ବସକୁ ଧାକ୍କା ଦେଲା ଆମ୍ବୁଲାନ୍ସ,ଜଣେଆହତ

0
493

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାସ୍ତାରେ ଛିଡା ହୋଇଥିବା ବସକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ରୋଗୀଙ୍କ ସହ୪ଜଣ ଯାତ୍ରା କରୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଜଣେ ମହିଳା ଆହତ ହୋଇଥିବା ସୂଚନା । ଘଟଣା ଘଟିଛି, ଗଜପତି ଜିଲ୍ଲା ମୋହନା ଥାନା ମେରାପଲ୍ଲୀ ଗାଁ ନିକଟରେ । ବିକ୍ରାନ୍ତ ନାମକ ଏକ ଘରୋଇ ବସ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ରାସ୍ତାରେ ଛିଡା କରିଥିବା ବେଳେ ଶୁକ୍ରବାର ପାହାନ୍ତିଆ ସମୟରେ ବ୍ରହ୍ମପୁରରୁ ରାୟଗଡା ଜିଲ୍ଲା ଗୁଡାରି ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସଟି ଦ୍ରୁତଗତିରେ ବସର ପଛ ପଟକୁ ଧକ୍କା ଦେଇଥିଲା । ଆହତ ମନେ ସକାଳୁ ନିଜ ଗାଁକୁ ଫେରିଥିବା ବେଳେ ପୋଲିସ ପହଁଚି ଘଟଣା ତଦନ୍ତ କରି ରାସ୍ତାରୁ ଆମ୍ବୁଲାନ୍ସକୁ ହଟାଇଥିଲା ।

LEAVE A REPLY

Please enter your comment!
Please enter your name here