ବୁଗୁଡା ବ୍ଲକ ଓ ଏନଏସିର ୨୪ ସ୍କୁଲ ବନ୍ଦହେବ !

0
560

ବୁଗୁଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାରଙ୍କ ନୂତନ ନିୟମ ପ୍ରକାରେ ସାରା ରାଜ୍ୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ୬୩୪୦ ସ୍କୁଲ ବନ୍ଦ ହେବାକୁ ଥିବାବେଳେ ୪୦ରୁ କମ ଛାତ୍ରଛାତ୍ରୀ ଥିବା ୫୧୭୭ ସ୍କୁଲ ଅନ୍ୟ ସ୍କୁଲ ସହ ମିଶ୍ରଣ ହେଉଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ର ୨୦ରୁ କମ ଛାତ୍ରଛାତ୍ରୀ ଥିବା ୧୦ ସ୍କୁଲ ବନ୍ଦ ହେବା ସହ ୪୦ରୁ କମ ଛାତ୍ରଛାତ୍ରୀ ଥିବା ୧୪ଟି ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ହେବ। ୨୦ରୁ କମ ଛାତ୍ରଛାତ୍ରୀ ଥିବା ୧୦ଟି ସ୍କୁଲ ହେଲା, ବ୍ଲକର ମହୁଲପଲ୍ଲୀ ପିପିଏସ,ଝାଟିକାପଲ୍ଲୀ ପିପିଏସ, ସାପୁଆପଲ୍ଲୀ ପିଏସ, ତାଳସର ପିପିଏସ, ଖୁଦାପଲ୍ଲୀ ପିଏସ, ଷୋହଳ ମାଇଲ ପିପିଏସ, ସଦାଶିବପୁର ପିଏସ, କୈଳାଶ ନଗର ପିଏସ, ଏନ ପାଟଣା ପିଏସ ଓ ଏନଏସିର କାଞ୍ଜିଆପଲ୍ଲୀ ପିଏସ । ସେହିପରି ୪୦ ରୁ କମ ଛାତ୍ରଛାତ୍ରୀ ଥିବା ୧୪ଟି ସ୍କୁଲ ହେଲା, ବ୍ଲକର ଅନ୍ତରପଡା ଗ୍ରାମ ପଞ୍ଚାୟତ ର ଏକଡ଼ାଳ ପିଏସ, ଅରଖପୁର ଜିପି ର ଏ ନୂଆଗାଁ ପିଏସ, ଭାଗବାନପୁର ଜିପିର ପି ନୂଆଗାଁ ପିଏସ, ବିରଞ୍ଚିପୁର ଜିପିର ବରଦୀପଲ୍ଲୀ ପିଏସ, ଗୋଲିଆ ଜିପିର ମରେଇପଲ୍ଲୀ ପିଏସ ଓ ସୀତାରାମପଲ୍ଲୀ ପିଏସ, କରଚୁଲି ଜିପିର କହ୍ନେଇପୁର ପିଏସ ଓ ରାବଗଡ଼ ପିଏସ , କରସିଙ୍ଗି ଜିପିର ହରିଜନ ସହି ପିପିଏସ, ଖୋଳଖାଳି ଜିପିର ବୃନ୍ଦାବନପଲ୍ଲୀ ପିପିଏସ ଓ ଚକରାପଲ୍ଲୀ ପିଏସ, ତକରଡ଼ା ଜିପିର ସରଧାପୁର ପିଏସ ଏବଂ ବୁଗୁଡା ଏନଏସି ର ମେଇନ ରୋଡ଼ ପିଏସ ଓ ନେଳିଆବନ୍ଧ ସାହି ପିପିଏସ। ଏହିପରି ବୁଗୁଡା ବ୍ଲକ ଓ ଏନଏସି ର ମୋଟ ୨୪ ଟି ସ୍କୁଲ ବନ୍ଦ ଓ ମିଶ୍ରଣ ହେବାର ପ୍ରସ୍ତାବ ଅଛି।

LEAVE A REPLY

Please enter your comment!
Please enter your name here