ଯୁବତୀଙ୍କ ଆତ୍ମହତ୍ୟା : ଆଠ ଅଭିଯୁକ୍ତ ଗିରଫ

0
319

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାରିତୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ରହିଥିବା ପ୍ରେମ ସମ୍ପର୍କ ଉପରେ ନ୍ଯାୟ ନିଶାଫ ଦେବାପାଇଁ ଆହୂତ ଏକ ସଭାରେ ଯୁବତୀ ଓ ତାଙ୍କ ପରିବାରକୁ ଲାଞ୍ଛନା ଦିଆଯାଇ ଅପମାନିତ କରାଯିବା ପରେ ଯୁବତୀ ଜଣକ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି । ମୃତା ଯୁବତୀଙ୍କ ବାପାଙ୍କ ଏତଲା ପ୍ରକାରେ ନୂଆଗାଁ ଥାନା ପୋଲିସ ୨୧୦/୨୩ ପ୍ରକାରେ ଏକ ମାମଲା ରୁଜୁ କରି ଆଠଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ବୁଧବାର ଦିନ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାରିତୋଳା ହରିଜନ ସାହିର ରବି ନାଇକ, ଉଲା ନାଇକ, ରାଜୁ ଓରଫ ରଜତ ନାଇକ, ପାଣ ନାଇକ, ଜାଗିଲି ନାଇକ, ତ୍ରିନାଥ ନାଇକ, ସୁକୁଟା ନାଇକ ଏବଂ ମୋହନ ନାଇକ । ସୂଚନା ପ୍ରକାରେ ଗ୍ରାମର କୈଳାସ ନାଇକଙ୍କ ଦତ୍ତ ଝିଅ ପୂଜା ସହିତ ସେହି ଗ୍ରାମର ମୋହନ ନାଇକଙ୍କ ପୁଅ ରଜତର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଉଭୟ ପରିବାର ଏଭଳି ସମ୍ପର୍କ କୁ ଗ୍ରହଣ କରିବାକୁ ନାରାଜ ଥିବାରୁ ଏହାର ସମାଧାନ ପାଇଁ ଗତ ୧୮ ତାରିଖ ରାତିରେ ଗ୍ରାମର ପଞ୍ଚ କମିଟିକୁ ନେଇ ଏକ ସଭା ବସିଥିଲା । ସଭା ରାତି ତମାମ ଚାଲିଥିବା ବେଳେ ବାରମ୍ବାର ଝିଅକୁ ଦୋଷୀ କରାଯାଇ ଅପମାନିତ ଓ ଲାଞ୍ଛିତ କରାଯାଇଥିଲା । ଏହାପରେ ଯୁବତୀ ଜଣକ ଅପମାନ ସହ୍ଯ କରିନପାରି ଆତ୍ମହତ୍ୟା କରିଥିଲେ । ସୋମବାର ସକାଳୁ ଯୁବତୀଙ୍କ ନିଜ ବାପା ଭୀମ ନାଇକ ଥାନାରେ ଏତଲା ଦେବାପରେ ପୋଲିସ ଯୁବତୀଙ୍କ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ମାନଙ୍କ ସଂପୃକ୍ତି ପାଇବା ପରେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here