କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
1011

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ ବୈଠକରେ ଦୁଇଟି ପ୍ରସ୍ତାବ ଅନୁମୋଦିତ ହୋଇଥିବା ଜଣାପଡିଛି । ଏଥିର କରୋନା ପ୍ରତିଷେଧକ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ବିପର୍ଯୟ ପ୍ରମଶନ ଆଇନ୨୦୦୫ ଅନୁସାରେ ରାଜ୍ୟ ବିପର୍ଯୟ ଘୋଷଣା । ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କରି ଏହାର ମୁକାବିଲା ପାଇଁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ,ସିନେମା ହଲ ଓ ସୁଇମିଙ୍ଗ ପୁଲ ମଧ୍ୟ ବନ୍ଦ ରହିବ । ପରୀକ୍ଷା ଚାଲିଥିବା ବିଦ୍ୟାଳୟ ବନ୍ଦ ହେବ ନାହିଁ । କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ପାଣ୍ଠି କରାଯାଇଛି । ବିଧାନ ସଭା ସ୍ଥଗିତ ପାଇଁ ପ୍ରସ୍ତାବ । ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ,ପେପର ସୋପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି । ଏପର୍ଯ୍ୟନ୍ତ ଓଡ଼ିଶାରେ କେହି ଆକ୍ରନ୍ତ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here