ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ଗ୍ରାମବାସୀଙ୍କ ଭଙ୍ଗାରୁଜା

0
546

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ଉକ୍ତ ଦୋକାନ ବନ୍ଦ ନକରିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ ମହିଳା ବିଦେଶୀ ମଦ ଦୋକାନ ଭିତରେ ପଶି ମଦ ସବୁ କାଢି ଆଣି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ ସନ୍ତୋଷପୁର ଗ୍ରାମ ଠାରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି । ଉକ୍ତ ଦୋକାନ ଟି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲ କୁ ଲାଗିକି ରହିଛି । ତାପରେ ଗ୍ରାମର ମଧ୍ୟ ଭାଗରେ ଉକ୍ତ ଦୋକାନ ଖୋଲାଯାଇଛି । ଏହା ଦ୍ୱାରା ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଯୁବତୀ ମାନଙ୍କୁ ଅନେକ ସମୟରେ ମଦୁଆଙ୍କ ସାମ୍ନା କରିବାକୁ ପଡୁଛି । ଏନେଇ ଗ୍ରାମବାସୀ ବହୁତ ଦିନ ହେବ ଉକ୍ତ ବିଦେଶୀ ମଦ ଦୋକାନ କୁ ସେଠାରୁ ଉଚ୍ଛେଦ କରିଦେବା ସହ ଗ୍ରାମରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ଏନେଇ ମଧ୍ୟ ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନ ର କର୍ମଚାରୀ ଙ୍କୁ ଅଟକ ରଖି ଦୋକାନ ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ । ଖବର ପାଇ କୋଷାଗୁମୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଅଟକ ଥିବା କର୍ମଚାରୀ ଙ୍କୁ ଛାଡି ଦେଇ ଥିଲେ । କିନ୍ତୁ ଆଜି ପୁଣି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ବିଦେଶୀ ମଦ ଦୋକାନ ଭିତରୁ ମଦ ସବୁ କୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ କୋଷାଗୁମୁଡା ପୁଲିସ ଫୋର୍ସ ପହଞ୍ଚି ଥିବା ବେଳେ ଉତ୍ତେଜନା ଜାରିରହିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here